ନିଜ ଘରକୁ ଗଲେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

Spread the love

ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାହାଡ଼ପୁର ଗ୍ରାମକୁ ଯାଇଛନ୍ତି। ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରୁ ସକାଳୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପାହାଡ଼ପୁର ଯାଇଥିଲେ। କୁସୁମୀ ବ୍ଲକ ଅନ୍ତର୍ଗତ ପାହାଡପୁରରେ ତାଙ୍କ ସ୍ୱର୍ଗତ ପୁତ୍ର ଓ ସ୍ୱାମୀଙ୍କ ସ୍ମୃତିରେ ନିର୍ମିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ଏସଏଲଏସ ମଧ୍ୟରେ ସ୍ଥାନୀୟ ଯୁବକ/ଯୁବତୀମାନଙ୍କ ସହ ଭାବ ବିନିମୟ କରିଥିଲେ। ସେଠାରୁ ମୁର୍ମୁ ଛକ ନିକଟରେ ଥିବା ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରୁ ଗୋଷାଣୀ ଓ ଜାହିରା ପୀଠ କୁ ଯାଇ ଆଶିର୍ବାଦ ଭିକ୍ଷା କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥିଲେ। ସେଠାରୁ ବାହାରି ରାଇରଙ୍ଗପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର କି ଆସିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ରାଷ୍ଟ୍ରପତି ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଏଥି ସହିତ ସେବାୟତମାନଙ୍କୁ ଭୋଜନ କରାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!