କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ମହିଳା, ଆଶା ଓ ଅଙ୍ଗନବାଡ଼ି କର୍ମୀ, ବେକାର ଯୁବକ-ଯୁବତୀ ତଥା ସରକାରୀ କର୍ମଚାରୀଙ୍କୁ ଖୁସି କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ୟମ କରିଛନ୍ତି। ଯାହା ଗୁରୁବାର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା ମଧ୍ୟବର୍ତ୍ତୀ ବଜେଟରେ ଦେଖିବାକୁ ମିଳିଛି। ବଜେଟ୍ର ଘୋଷଣା ଅନୁଯାୟୀ ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନାରେ ଗ୍ରାମାଞ୍ଚଳ ମହିଳା ହିତାଧିକାରୀଙ୍କ ଭତ୍ତା୧୦୦୦ରୁ ୧୫୦୦କୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ତଫସିଲଭୁକ୍ତ ଜାତି ଓ ଉପଜାତିର ମହିଳାମାନେ ୧୭୦୦ ଟଙ୍କା ପାଇବେ। ଏହାଛଡ଼ା ସରକାର ରାଜ୍ୟରେ କାର୍ଯ୍ୟ କରୁଥିବା ଆଶା ଓ ଅଙ୍ଗନବାଡ଼ିକର୍ମୀଙ୍କ ଭତ୍ତା ୧୦୦୦ ବଢ଼ାଇ ଦେଇଛନ୍ତି। ସେହିପରି ରାଜ୍ୟରେ ‘ବାଂଲାର ଯୁବ ସାଥୀ’ ନାମରେ ଏକ ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅନୁସାରେ ରାଜ୍ୟର ୨୧ରୁ ୪୦ବର୍ଷର ବେକାରୀ ଯୁବକ-ଯୁବତୀମାନେ ମାସିକ ୧୫୦୦ ଭତ୍ତା ପାଇବେ। ଏହି ଭତ୍ତା ନୂଆ ଚାକିରି ପାଇବା ଯାଏ କିମ୍ବା ୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ମିଳିବ। ମାଧ୍ୟମିକ ଶିକ୍ଷାରେ ଉତ୍ତୀର୍ଣ୍ଣ କରିଥିବା ବେକାରୀ ଯୁବକ-ଯୁବତୀ ଏହି ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ତୃଣମୂଳ କଂଗ୍ରେସ ରାଜ୍ୟରେ ଆଉ ଥରେ କ୍ଷମତାସୀନ ହେଲେ ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରାଯିବ। ସେହିପରି ସରକାରୀ ଚାକିରିଆଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ମମତାଙ୍କ ନିର୍ବାଚନୀ ଥୋପ: ଲକ୍ଷ୍ମୀର ଭଣ୍ଡାର ଯୋଜନାରେ ମହିଳା ପାଇବେ ଅଧିକ ୫୦୦ ଟଙ୍କା, ବଢ଼ିଲା ଆଶାକର୍ମୀଙ୍କ ଭତ୍ତା, ବେକାରୀଙ୍କୁ ମିଳିବ ମାସିକ ୧୫୦୦















Leave a Reply