ମାଦୀଙ୍କ ସହ ଆଲୋଚନା ପରେ ଟ୍ରମ୍ପ କଲେ ବଡ଼ ଘୋଷଣା: ଶୁଳ୍କ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ

Spread the love

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଏକ ବଡ଼ ସୁଧାର ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହେଉଥିବା ପାରସ୍ପରିକ ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ ଆଲୋଚନା ପରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏହି ସୂଚନା ଦେଇଛନ୍ତି। ମୋଦିଙ୍କୁ ଜଣେ ଶକ୍ତିଶାଳୀ ନେତା ତଥା ନିଜର ଘନିଷ୍ଠ ବନ୍ଧୁ ଭାବେ ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ, ଭାରତ ବର୍ତ୍ତମାନ ରୁଷିଆଠାରୁ ତେଲ କିଣିବା ବନ୍ଦ କରିବ ଏବଂ ଏହା ପରିବର୍ତ୍ତେ ଆମେରିକା ଓ ଭେନେଜୁଏଲାରୁ ଅଧିକ ତେଲ ଆମଦାନୀ କରିବ। ଏହି ନିଷ୍ପତ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ବିବାଦ ଦୂର ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁୁତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!