ମହିଳା ସଶକ୍ତୀକରଣରେ ନୂଆ ଅଧ୍ୟାୟ
ଏସ୍ଏଚ୍ଜି ମା’ମାନଙ୍କୁ ୧୯୭. ୬୬ କୋଟି ଟଙ୍କା ସୁଧ ଫେରସ୍ତ
ଭୁବନେଶ୍ୱର(ବ୍ୟୁରୋ): ମହିଳାଙ୍କୁ ଆର୍ôଥକ ଭାବେ ସଶକ୍ତ କରିବା ହେଉଛି ଓଡିଶାର ସାମଗ୍ରିକ ବିକାଶର ମୁଖ୍ୟ ଆଧାର। ଏହି ଲକ୍ଷ୍ୟକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ କରି ମହିଳାମାନଙ୍କ ଜୀବନଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆଣୁଛନ୍ତି। ମିଶନ ଶକ୍ତି ଭବନ ଭୁବନେଶ୍ୱର ଠାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ସୋମବାର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାଙ୍କୁ ସ୍ୱାବଳମ୍ବୀ କରିବା ପାଇଁ ରାଜ୍ୟ ସରକାର ଜୀବିକାମୂଳକ ଓ ଦୀର୍ଘକାଳୀନ ଆର୍ôଥକ ମଡେଲ୍ ଉପରେ କାମ କରୁଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି । ବ୍ୟାଙ୍କ ଋଣ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ନିଜ ଉଦ୍ୟୋଗକୁ ଆଗେଇ ନେଇପାରୁଛନ୍ତି। ଏହା ସହ ଋଣରେ ସୁଧ ଭାର କମିଥିବାରୁ ସେମାନଙ୍କ ଆୟ ଓ ବ୍ୟବସାୟ ବୃଦ୍ଧି ପାଉଛି। ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତ କରି ଏହାର ସମ୍ପୂର୍ଣ୍ଣ ସୁଧ ରାଶି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ଫେରସ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ୨,୮୦,୫୮୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭. ୬୬ କୋଟି ଟଙ୍କାରୁ ଅଧିକ ସୁଧ ଫେରସ୍ତ ରାଶି ପ୍ରଦାନ କରିଥିଲେ। ୨୦୨୫-୨୬ ଆର୍ôଥକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୫୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସୁଧ ଫେରସ୍ତ କରାଯାଇଛି।













Leave a Reply