ହିନ୍ଦୋଳ: କ୍ଷେତ୍ରପାଳ ସାହି ନିକଟରେ ଥିବା ମା କ୍ଷେତ୍ରପାଳଙ୍କ ପୀଠରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମା କ୍ଷେତ୍ରପାଳଙ୍କ ପୀଠରେ ଥିବା ମଣ୍ଡପକୁ ଭାଙ୍ଗି ହାତୀପଲ ଚୁରମାର କରିଦେଇଛନ୍ତି। ଏପରି ଏକ ଘଟଣା ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମ କ୍ଷେତ୍ରପାଳ ସାହି ନିକଟରେ ଥିବା ମା କ୍ଷେତ୍ରପାଳଙ୍କ ପୀଠରେ ଦେଖିବାକୁ ମିଳିଛି। ମା କ୍ଷେତ୍ରପାଳଙ୍କ ପୀଠରେ ଥିବା ମଣ୍ଡପ ଏବଂ ତାର ଚାରିପାଶ୍ୱର୍ରେ ଥିବା ଇଟା କାନ୍ଥକୁ ହାତୀପଲ ଭାଙ୍ଗି ଚୁରମାର କରିଦେଇଛନ୍ତି। ଏପରିକି ହାତୀପଲ ସେହି ପୀଠ ପାଖାପାଖି ରହୁଥିବା ଜଣାପଡ଼ିଛି। ସେଇ ହାତୀପଲ ମଧ୍ୟରେ କିଛି ଛୁଆ ହାତୀ ରହିଛନ୍ତି। ତେବେ ହାତୀର ଏପରି ଉପଦ୍ରବକୁ ନେଇ ଗଣ୍ଡାନାଳୀ ଗ୍ରାମବାସୀଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି।
