ଫୁଲବାଣୀ: କନ୍ଧମାଳ ପୁଲିସ ବେଆଇନ ନିଶାଦ୍ରବ୍ୟ ଚାଲାଣ ବିରୋଧରେ ତୀବ୍ର ଅଭିଯାନ ଜାରି ରଖିଛି। ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରଚାଲାଣ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ କନ୍ଧମାଳ ଏସ୍ ପି ରାମେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି। ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ୧୧ ଜଣ ବ୍ରାଉନ ସୁଗାର ମାଫିଆ କୁ କରିଥିଲା । ପୁଣି ଥରେ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି। କନ୍ଧମାଳ ରେ ଗଞ୍ଜେଇ ଚୋରା ଚାଲାଣ ବହୁତ ମାତ୍ରା ରେ ଚାଲିଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବଂ ଫୁଲବାଣୀ ସହର ରେ ଅଧିକ ଭାବେ ଚାଲିଛି ବ୍ରାଉନ ସୁଗାର,ଓ ହିରୋନ୍ କାରବାର ।ବର୍ତ୍ତମାନ ଫୁଲବାଣୀ ସହର ରେ ବ୍ରାଉନ ସୁଗାର ବିକ୍ରି ହେଉଛି।ଏହି ବ୍ରାଉନ ସୁଗାର ଖାଇ ଯୁବକ,ଛାତ୍ର , କମ୍ ବୟସ ର ନାବାଳକ ମାନେ ସଧା ବେଳେ ନିଶା ଶକ୍ତ ରିହି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଘଟାଇ ଥାଆନ୍ତି । ଏହି ଯୁବକ ମାନଙ୍କ ଯୋଗୁଁ ମହିଳା ସହର ବାସି ସୁରକ୍ଷିତ ମଣୁ ନାହାନ୍ତି।ବର୍ତ୍ତମାନ ଫୁଲବାଣୀ ସହର ରେ ଏହା ମୁଖ୍ୟ ସମସ୍ୟା ହୋଇଛି ।

ଏହି ସମସ୍ୟା ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୁଲିସ ଜନସାଧାରଣ ଙ୍କୁ ସୁରକ୍ଷା ଦେବା ଏବଂ ଏହି ସମସ୍ୟା ର ସମାଧାନ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛି। କନ୍ଧମାଳ ଜିଲ୍ଲା ପୁଲିସ ଏହି ନିଶାଡି ମାନଙ୍କୁ ସାବାଡ଼ କରିବା ପାଇଁ ଅହରହ ଚଢ଼ାଉ ଜାରି ରଖିଛି। ପୋଲିସ୍ ବାଇକ୍ ପେଟ୍ରିଲିଂ କରି ଫୁଲବାଣୀ ସହର ଗଳି ବସ୍ତି ଯାଇ ଚଢ଼ାଉ କରି ବ୍ରାଉନ ସୁଗାର ମାଫିଆ ନିସାଡି ମାନଙ୍କୁ କାବୁ କରି ଜେଲ୍ ପଠାଉଛି। କିଛି ଦିନ ତଳେ ଚଢାଉ କରି ୧୧ ଜଣ ବ୍ରାଉନ ସୁଗାର ବିକ୍ରି କରୁଥିବା ବ୍ୟକ୍ତି ଙ୍କୁ ଗିରଫ କରିଥିଲା । ତା ୧୬/୬/୨୦୨୬ ରିଖରେ ଫୁଲବାଣୀ ଟାଉନ୍ ଥାନା ପୋଲିସ ପୁଣି ଦୁଇଜଣ ବ୍ରାଉନ ସୁଗାରର ମାଫିଆ ନିସାଡି ଗଞ୍ଜେଇ ମାଫିଆ କୁ ଗିରଫ କୋର୍ଟ ଚାଲାଣ କରିଥିବା ଏବଂ ଏହି ଦୁଇ ଜଣ ଅଭିଯୁକ୍ତ କୁ ମିଶାଇ ୧୩ ଜଣ କୁ ଗିରଫ କରାଯାଇଥିବା କନ୍ଧମାଳ ଏସ୍ ପି ରାମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଫୁଲବାଣୀ ଟାଉନ ପୋଲିସ ଅଭିଯୁକ୍ତ ଫୁଲବାଣୀ ପିଅନ ପଡା ମା ମଙ୍ଗଳା ସାହି ର ବାବୁଲା ସାହୁ ପୁଅ ଚନ୍ଦନ କୁମାର ସାହୁ (୨୪) କୁ ଏବଂ ଫୁଲବାଣୀ କାଚରା ସାହିର ଗୌତମ ବେହେରାଙ୍କ ପୁଅ ଅମନ ବେହେରା ( ୨୪ ) ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରି କେସ ନଂ ୧୬୮ ଏଣ୍ଡି ପି ଏସ୍ ଆକ୍ଟ ରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିବା କନ୍ଧମାଳ ଏସ୍ ପି ସୂଚନା ଦେଇଛନ୍ତି।
