ବ୍ରହ୍ମପୁର : ଆଜି ଟାଉନ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଅମିତ୍ କୁମାର ବିଷୋୟୀ ଘରକୁ ଯାଉଥିବା ବେଳେ କାଳୁ ପଦର ସାହି ଠାରେ ଗୋଟିଏ ଭେନିଟ ବ୍ୟାଗ ପାଇଥିଲେ । ସେଠାରେ ହୋମଗାର୍ଡ ଜଣକ କାହାର ଭେନିଟ ବ୍ୟାଗ ପଚାରିବା ପରେ ମଧ୍ୟ କେହି ଜାଣିନଥିବା କହିଥିଲେ । ହୋମଗାର୍ଡ ଅମିତ୍ ତୁରନ୍ତ ବଡ଼ ବଜାର ଥାନାକୁ ମିଳିଥିବା ଭେନିଟ ବ୍ୟାଗକୁ ନେଇ ପହଞ୍ଚିଲେ । ଥାନାରେ ଆଜି ଡିସିଓ ଥିବା ଏଏସଆଇ ସୁନିଲ କୁମାର ପରିଡ଼ା ଉକ୍ତ ବ୍ୟାଗକୁ ଯାଞ୍ଚ କରି ପ୍ରକୃତ ମାଲିକଙ୍କୁ ଯୋଗଯୋଗ କରି ଥାନାକୁ ଡାକି ହଜିହାଇଥିବା ଭେନିଟଙ୍କୁ ହସ୍ତାନ୍ତର କରିଥିଲେ । ଭଞ୍ଜନଗର କୁଲାଡ଼ ଗ୍ରାମର ସଂଯୁକ୍ତା କୁମାରୀ ପାତ୍ର ନିଜ ସ୍ୱାମୀ ସହ କୌଣସି କାମରେ ବ୍ରହ୍ମପୁର ଆସିଥିବା ବେଳେ ବଡ଼ ବଜାର ଥାନା ଅନ୍ତର୍ଗତ କାଳୁ ପଦର ସାହିଠାରେ ତାଙ୍କର ଅସାବଧାନତା ହେତୁ ଭେନିଟ ବ୍ୟାଗଟି ପଡିଯାଇଥିଲା । ଘଟଣା ସ୍ଥଳରୁ କିଛି ଦୂରକୁ ଯିବା ପରେ ତାଙ୍କର ଭେନିଟ ବ୍ୟାଗଟି ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ । ସେମାନେ ବିଭିନ୍ନ ସ୍ଥାନରେ ନିଜର ହଜିଯାଇଥିବା ଭେନିଟ ବ୍ୟାଗକୁ ଖୋଜାଖୋଜି କରୁଥିବା ବେଳେ ବଡ଼ ବଜାର ଥାନା ପୁଲିସ ସେମାନଙ୍କୁ ଯୋଗଯୋଗ କରି ଥାନାକୁ ଆସିବାକୁ କହିଥିଲେ । ଥାନାରେ ଉକ୍ତ ବ୍ୟାଗ ଯାଞ୍ଚ ବେଳେ ସେଥିରେ ୮ହଜାର ଟଙ୍କା, ସୁନାର କାନର, କିଛି ପ୍ରମାଣପତ୍ର ଓ ମୋବାଇଲ ରହିଥିଲା । ହୋମଗାର୍ଡ ନିଜର ମାନବିକତା ଦେଖାଇ ମିଳିଥିବା ଭେନିଟ ବ୍ୟାଗକୁ ପ୍ରକୃତ ମାଲିକଙ୍କୁ ଫେରାଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।
