ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟରେ କେଉଁ ପାନ ମସଲା ବିକ୍ରି ହେବ ଏବଂ କାହା ଉପରେ ଲାଗିଛି ବ୍ୟାନ? ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ବିଭାଗ। ସିଟି ଜିଏସଟି ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିର ଉତ୍ତରରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲା ବିକ୍ରିରେ କୌଣସି ପ୍ରତିବନ୍ଧକ ନାହିଁ। ଫଳରେ ସମ୍ପୂର୍ଣ୍ଣ ପାନ ମସଲା ଉପରେ ବ୍ୟାନ୍ ଲାଗିଥିବା ନେଇ ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଥିଲା, ତାହା ଏବେ ଦୂର ହୋଇଛି। ତମାଖୁ ମିଶିଥିଲେ ବ୍ୟାନ୍, ଆଉ ତମାଖୁ ମିଶିନଥିଲେ ଛାଡ଼। ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଉପରେ ନିଷେଧାଦେଶ ଲଗାଇବା ପରେ ଏବେ କେଉଁ ଜିନିଷ ବିକ୍ରି ଆଇନ ସମ୍ମତ, ଆଉ କାହାକୁ ବିକିବା ବେଆଇନ୍, ସେ ନେଇ ସ୍ପଷ୍ଟୀକରଣ ରଖିଛି ସ୍ୱାସ୍ଥ୍ୟ ବିଭାଗ। ଗତ ୨୧ ତାରିଖରେ ରାଜ୍ୟରେ ତମାଖୁ ବିକ୍ରି ଉପରେ ସରକାର ସମ୍ପୂର୍ଣ୍ଣ କଟକଣା ଜାରି ପରେ ପାନ ମସଲାକୁ ନେଇ ଥିବା ଦ୍ୱନ୍ଦ୍ୱ ଉପରେ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲା ସିଟି ଆଣ୍ଡ୍ ଜିଏସଟି ବିଭାଗ। ଏହାର ଉତ୍ତରରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ପାନ ମସଲାରେ ଟବାକୋ କିମ୍ବା ନିକୋଟିନ୍ ନଥିବ, ତାର ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଅର୍ଥାତ ନିକୋଟିନ୍ ନଥିବା ସାଦା ପାନ ମସଲା ବିକ୍ରି କରିପାରିବେ ବ୍ୟବସାୟୀ। ଆଉ ଉଞ ଏଝଞ ବିଭାଗର ଯେଉଁଠି ସନ୍ଦେହ ହେବ, ସେମାନେ ଜବତ ପାନ ମସଲାକୁ ପରୀକ୍ଷା ପାଇଁ ପଠାଇ ପାରିବେ। ୨୦୦୩ କୋଟପା ଅନୁଯାୟୀ ୨୦୧୩ରେ ଗୁଟକା ଉପରେ ସଂପୂର୍ଣ୍ଣ ବ୍ୟାନ୍ ଲଗାଯାଇଥିବା ବେଳେ ଗତ ୨୧ ତାରିଖରେ ତମାଖୁ ଟବାକୋ ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଓଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି- ଗୁଟଖା, ପାନରେ ପଡୁଥିବା ଜର୍ଦ୍ଦା, ଖଇନି ଓ ନିକୋଟିନ୍ ଯୁକ୍ତ ସବୁ ସାମଗ୍ରୀର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ, ପରିବହନ ଓ ବିକ୍ରୟ ସଂପୂର୍ଣ୍ଣ ବାରଣ କରାଯାଇଛି।
ରାଜ୍ୟରେ ବ୍ୟାନ ହେବନି ପାନ ମସଲା; ନିର୍ଦ୍ଦେଶନାମା ଜାରିକଲେ ସ୍ୱାସ୍ଥ୍ୟ ବିଭାଗ













Leave a Reply