ଆନନ୍ଦପୁର ଅଗ୍ନିକାଣ୍ଡରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୋଦି; ମୋମୋର ଦୁଇ ବରିଷ୍ଠ ଅଧିକାରୀ ଗିରଫ

Spread the love

କୋଲକାତା: କୋଲକାତାର ଆନନ୍ଦପୁର ଏକ ମୋମୋ ଉତ୍ପାଦନ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି। ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିଙ୍କ ଆଶୁଆରୋଗ୍ୟ କରିଛନ୍ତି ମୋଦି। ଏହି ଅବସରରେ ମୋଦି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ମୃତବ୍ୟକ୍ତିଙ୍କ ସଂପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଜାନୁଆରୀ ୨୬ ତାରିଖରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଦାୟିତ୍ୱହୀନତା ପାଇଁ ମୋମୋ ମ୍ୟାନେଜର ମନୋରଂଜନ ସିିଟ ଓ ଡେପୁଟି ମ୍ୟାନେଜର ରାଜା ଚକ୍ରବର୍ତ୍ତୀଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କୋଲକାତା ନିକଟରେ ଏକ ଦଳୀୟ କର୍ମୀଙ୍କ ବିଶାଳ ଶୋଭାଯାତ୍ରା ବାହାର କରି କମ୍ପାନୀର ମାଲିକକୁ ଗିରଫ କରିବା ପାଇଁ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଶାସକ ତୃଣମୂଳ କଂଗ୍ରେସ ଦଳ ଦୋଷୀମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!