ସୁନେତ୍ରା ହୋଇପାରନ୍ତି ଏନସିପି ମୁଖ୍ୟ

Spread the love

ପୁନେ: ବିମାନ ଦୁର୍ଘଟଣାରେ ଏନସିପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁପରେ ଏନସିପି ମୁଖ୍ୟ କିଏ ହେବ ତାହା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ ଅଜିତଙ୍କ ପତ୍ନୀ ସୁନେତ୍ରା ପାୱାର ଏହି ପଦ ସମ୍ଭାଳିପାରନ୍ତି। ସୁନେତ୍ରା ବର୍ତ୍ତମାନ ରାଜ୍ୟସଭା ସାଂସଦ ରହିଛନ୍ତି। ଇତିମଧ୍ୟରେ ଏନସିପି ନେତା ଛଗନ ଭୂଜବଳ, ପ୍ରଫୁଲ୍ଲ ପଟେଲ ସୁନେତ୍ରାଙ୍କୁ ଭେଟିଛନ୍ତି। ଏନସିପି ମୁଖ୍ୟ ପଦରେ ସୁନେତ୍ରା ବସିଲେ ସେମାନଙ୍କର ସମର୍ଥନ ରହିବ ବୋଲି ଦୁଇନେତା ଜଣାଇ ଦେଇଛନ୍ତି। ଏହାଛଡ଼ା ଅଜିତଙ୍କ ବିୟୋଗ ପରେ ଖାଲିପଡ଼ିଥିବା ବିଧାନସଭା ଆସନ ପାଇଁ ମଧ୍ୟ ସୁନେତ୍ରା ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି। ଏନସିପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଯେ ସୁନେତ୍ରା ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୁଅନ୍ତୁ ବୋଲି ଲୋକେ ଚାହାନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!