ଅନଲାଇନ୍ ଠକେଇ ମାମଲାରେ ୧୧ଜଣଙ୍କୁ ଫାଶୀଦେଲା ଚାଇନା, ୨୩ଜଣଙ୍କୁ ଜେଲ୍‌

Spread the love

ବେଜିଂ: ମିୟାମାରରେ ଚାଲିଥିବା ଅନଲାଇନ୍ ଠକେଇ ମାମଲାରେ ଚାଇନା୧୧ଜଣ ଅପରାଧୀଙ୍କୁ ଫାଶୀ ଦେଇଛି। ଏହି ମାମଲାରେ ଅନ୍ୟ ୨୩ଜଣ ସନ୍ଦିଗ୍‌ଧଙ୍କୁ ୫ବର୍ଷ କାରାଦଣ୍ଡାଦେଶ ହୋଇଛି। ଫାଶୀ ପାଇଥିବା ବ୍ୟକ୍ତିମାନେ ଉଦ୍ଦେଶ୍ୟମୂଳକ ନରହତ୍ୟା, ଉଦ୍ଦେଶ୍ୟମୂଳକ ଭାବେ ଆଘାତ ପହଞ୍ଚାଇବା, ବେଆଇନ ଅଟକ ଆଦି ଅପରାଧିକ କାର୍ଯ୍ୟରେ ଜଡ଼ିତ ରହିଥିଲେ। ଚାଇନା ସରକାର ସ୍ୱର୍ଣ୍ଣ ତ୍ରିଭୂଜ(ମିୟାମାର, ଥାଇଲାଣ୍ଡ ଓ ଲାଓସ)ରୁ ଅପରାଧିକ କାର୍ଯ୍ୟକୁ ଦମନ ପାଇଁ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି। ଏହି ଅପରାଧିକ ସଂଗଠନ ଦ୍ୱାରା ଚାଇନାର ବହୁ ବ୍ୟକ୍ତି ଶିକାର ହୋଇଛନ୍ତି। ଫାଶୀ ପାଇଥିବା ଅପରାଧୀଙ୍କ ମଧ୍ୟରେ କୁଖ୍ୟାତ ମିଙ୍ଗ୍ ପରିବାର ଅପରାଧିକ ସଂଗଠନର ସଦସ୍ୟ ରହିଛନ୍ତି। ସେମାନଙ୍କ ଅପରାଧିକ କାର୍ଯ୍ୟରେ ଚାଇନାର ୧୪ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ମିଙ୍ଗ ପରିବାର ମିୟାମାରର ଉତ୍ତର-ପୂର୍ବ ସୀମାରେ ଅପରାଧିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଗତ ୨୦୨୩ ମସିହାରେ ମିୟାମାର ସେନା ସହ ସେମାନଙ୍କ ବିବାଦ ବଢ଼ିବା ପରେ ସେମାନଙ୍କୁ ଧରାଯାଇ ଚାଇନାକୁ ହସ୍ତାନ୍ତର କରାଯାଇଥିଲା। ଚାଇନା କୋର୍ଟ ଦ୍ୱାରା ଗତ ସେପ୍ଟେମ୍ବର ମାସରେ ମିଙ୍ଗ୍ ପରିବାରକୁ ଦଣ୍ଡ ଶୁଣାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!