ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ ପରେ ହଇଚଇ ସୃଷ୍ଟି ହୋଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫଏସ୍)ର ସୂଚନା ଅନୁଯାୟୀ ସକାଳ ୮ଟା ୩୦ ମିନିଟ୍ ସମୟରେ ଇମେଲ୍ ଯୋଗେ ବୋମା ଧମକ ବାର୍ତ୍ତା ଆସିଥିଲା। ଖବର ମିଳିବା କ୍ଷଣି ବିଭିନ୍ନ ସୁରକ୍ଷା ଏଜେନ୍ସି ତନ୍ନ ତନ୍ନ କରି ୫ଟି ଯାକ ସ୍କୁଲରେ ପହଞ୍ଚି ତଲାସି ଅଭିଯାନ ଆରମ୍ଭ କରିଥିଲେ। ପରେ ଏହା ମିଥ୍ୟା ବୋଲି ଜଣାପଡ଼ିିଥିଲା। ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଲୋରେଟୋ କନଭେଣ୍ଟ, ଚିତ୍ତରଂଜନ ପାର୍କର ଡନ୍ ବୋସ୍କୋ, ଆନନ୍ଦ ନିକେତନ ଓ ଦ୍ୱାରକାର କାରମେଲ କନଭେଣ୍ଟ ସ୍କୁଲକୁ ଏହି ବୋମା ଧମକ ଆସିଥିଲା।
ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ















Leave a Reply