ବାଲିଅନ୍ତା: ଭାଉଜଙ୍କୁ ହାତୁଡି ଆକ୍ରମଣ ଅଭିଯୋଗରେ ଧଉଳି ଥାନା ପୁଲିସ ଦିଅରକୁ ଗିରଫ କରି ଅଦାଲତ ଚାଲାଣ କରିଛି କ୍ଷ ଗିରଫ ଦିଅର ହେଲେ ଏହି ଥାନା ଅଧିନ ଟିକରପଡା ଗ୍ରାମର ଚିଣ୍ଟୁ ଓରଫ ଜ୍ଞାନରଞ୍ଜନ ସାହୁ କ୍ଷ ଖବରନେବାରେ ଜଣାପଡିଛି ଏହି ଗ୍ରାମର ରଶ୍ମିତା ସାହୁଙ୍କ ଅଭିଯୋଗ ଅନୁସାରେ ପିଲାଙ୍କ ପାଠ ପଢା ଏବଂ ସ୍ୱାମୀଙ୍କ ଚିକିତ୍ସା ନିମନ୍ତେ ବରମୁଣ୍ଡାରେ ରହୁଥିଲେ କ୍ଷ ତାଙ୍କ ଅନୁପସ୍ଥିତରେ ଦିଅର ଚିଣ୍ଟୁ ସେହି ଘରେ ରୁହନ୍ତି କ୍ଷ ଗତ ୪ ତାରିଖରେ ରଶ୍ମିତା ଘରକୁ ଆସିଥିବା ସମୟରେ ଉକ୍ତ ଘରେ ଅଳିଆମଳିଆ ପଡିଥିଲା କ୍ଷ ଏହାକୁ ନେଇ ଚିଣ୍ଟୁକୁ ଆକଟ କରିଥିଲେ ରଶ୍ମିତା କ୍ଷ ଫଳରେ ଚିଣ୍ଟୁ ଓ ରଶ୍ମିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା କ୍ଷ ଏଥିରେ ଉତକ୍ଷିପ୍ତ ହୋଇ ଚିଣ୍ଟୁ ରଶ୍ମିତା ପିନ୍ଧିଥିବା ବସ୍ତ୍ର ଚିରାଚିରି କରିଥିଲେ କ୍ଷ ସେ ଚିତ୍କାର କରି ସ୍ୱାମୀଙ୍କୁ ଡାକିବାରୁ ଚିଣ୍ଟୁ ଏକ ହାତୁଡି ସାହାଯ୍ୟରେ ରଶ୍ମିତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା କ୍ଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ରଶ୍ମିତାକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ କ୍ଷ ଏନେଇ ରଶ୍ମିତା ଧଉଳି ଥାନାରେ ଅଭିଯୋଗ କରିଥିଲେ କ୍ଷ
