ହିନ୍ଦୋଳ: ବମ୍ପା ଗ୍ରାମର ଅନ୍ଧାରୀପୀଠ ନିକଟରୁ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ ବମ୍ପା ସେକ୍ସନ୍ ଅନ୍ତର୍ଗତ ବମ୍ପା ଗ୍ରାମର ଅନ୍ଧାରୀପୀଠ ନିକଟରେ ଏକ ଦନ୍ତାହାତୀ ମରିପଡିଥିବାର ଦେଖିବାକୁ ମିଳିଥିଲା। ମୃତ ଦନ୍ତାହାତୀର ବୟସ ପ୍ରାୟ ୨୦ବର୍ଷ ହେବବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ଏ ସଂପର୍କରେ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ପଞ୍ଚନାମା କରିବା ସହ ହାତୀ ଶବକୁ ପୋତି ଦେଇଛି। ତେବେ ହାତୀର କେଉଁ କାରଣରୁ ମୃତ୍ୟୁଘଟିଲା ତାହା ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ଜାରି ରହିଛି।
