ନୀଳଗିର: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ର୍ୱିବାର ସନ୍ଧ୍ୟା ସମୟରେ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ସନ୍ତରାଗଡ଼ିଆ ରାସ୍ତାରେ ଜୈନିକ ମହିଳା ଏକ ମାରୁତି କାର ଚଳାଇ ଆସୁଥିବା ବେଳେ ନିଶ୍ଚନ୍ତପୁର ଠାରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଖରେ ଥିବା ଏକ ଗଛକୁ ଧକ୍କା ଦେଇ ପୋଖରୀ ଭିତରେ ପସି ଯାଇଥିଲେ। େତ୍ୱେ ଏହି ଦୁର୍ଘଟଣାରେ ମହିଳା ଜଣକ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ କୌଣସି ପଥଚାରୀଙ୍କର କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଗାଡି ଭାଙ୍ଗି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ଥିବାବେଳେ ଗଭୀର ପୋଖରୀ ଭିତରୁ ଉକ୍ତ ଦୁର୍ଘଟଣା ଗ୍ରସ୍ତ କାରକୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା। ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଉଦ୍ଧାର କରି ଥାନାକୁ ଆଣିଥିଲା ବେଳେ ମହିଳାଙ୍କ ଘର ନୀଳଗିରି ଅଞ୍ଚଳରେ ହୋଇଥିବା ବେଳେ ସେ ବାହାରେ ରହୁଥିଲେ। ସେ ଆଜି ଘରକୁ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଏନେଇ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଜଣାପଡ଼ିଛି।
