ପୁନେ: ବାରମତିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ କରିବ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ(ଏଏଆଇବି)। ପୁନେ ଗ୍ରାମାଞ୍ଚଳ ପୋଲିସ ଏଥିରେ ସହଯୋଗ କରିବ। ବାରମତିରେ ଅବତରଣ କରିବାକୁ ଯାଉଥିବା ବେଳେ ବିମାନଟି ଦୁର୍ଘଟଣାର ଶିକାର ହେଲା। ଏଥିରେ ଯାତ୍ରା କରୁଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ ପାୱାରଙ୍କ ସହ ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ଏବଂ ଦୁଇଜଣ ବିମାନ କର୍ମଚାରୀଙ୍କ ପ୍ରାଣହାନି ଘଟିଛି। ବିମାନରେ ମୋଟି ୫ଜଣ ଥିଲେ ବୋଲି ବେସାମରିକ ବିମାନ ଚଳାଚଳା ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପଷ୍ଟ କରିଛନ୍ତି। ତେବେ କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ହଠାତ୍ ଜଣାପଡ଼ି ନାହିଁ। ପ୍ରତିକୂଳ ପାଗ ଯୋଗୁଁ ବିମାନଟି ଖସି ପଡ଼ିଲା ବୋଲି ଅନୁମାନ କରାଯାଉଛି। କାରଣ ବୁଧବାର ସକାଳେ ପୁନେ ଜିଲ୍ଲା ତଥା ବାରମତି ଅଞ୍ଚଳରେ ଘନକୁହୁଡ଼ି ରହିଥିଲା। ଯାହା ଫଳରେ ବିମାନଟି ପାହାଡ଼ ଦେହରେ ପିଟି ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦୁର୍ଘଟଣା ସମୟରେ ବିମାନର ଦିଗ, ଗତି ଓ ପ୍ରଭାବ ନେଇ ପରୀକ୍ଷାନିରୀକ୍ଷା କରାଯିବ। ବିମାନର ବ୍ଲାକ୍ବକ୍ସରୁ ବିମାନର ଅବସ୍ଥା,ଯେଉଁଥିରେ ଏହା ଉଡାଣ ପାଇଁ ଯୋଗ୍ୟ ଥିଲା କି ନାହିଁ, ବିମାନ ଉଡ଼ାଣ ପୂର୍ବରୁ ଏହାର ରକ୍ଷଣାବେକ୍ଷଣ ଦିଗ ଉପରେ ଅନୁଧ୍ୟାନ କରାଯିବ।
ପୁନେ ବିମାନ ଦୁର୍ଘଟଣାର ତଦନ୍ତ କରିବ ଏଆଇଇବି













Leave a Reply