ବାଲିଗୁଡା: ଲଗାଣ ବର୍ଷା ରେ ବେହାଲ ବାଲିଗୁଡା। ପ୍ରବଳ ବର୍ଷା ରେ କଦଳୀ ବନ୍ଧ ରୁ ରାସ୍ତା ଆର ପାରିକୁ ଭସେଇ ନେଲା ବିଜୁ ବୋଟିଙ୍ଗ ପୋଏଣ୍ଟ ର ଦୁଇଟି ବୋଟ।ଏଥିସହ ଭୁଶୁଡିଲା କଦଳୀ ବନ୍ଧ ର ୱାଲ। ବାଲିଗୁଡା ରୁ ବୁଡ଼ାଗୁଡା ରାସ୍ତାରେ ଥିବା କଦଳୀ ବନ୍ଧ ରେ ଉପର ମୁଣ୍ଡ ରୁ ବର୍ଷା ଜଳ ଅତ୍ୟଧିକ ପ୍ରବାହ ହୋଇଥିଲା । ଯାହା ଫଳ ରେ ଦୁଇ ଟି ବୋଟ କୁ ରାସ୍ତା ଆର ପାରିକୁ ଭସେଇ ନେବା ସହ ୱାଲ ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ଏନଏସି କର୍ମଚାରୀ ମୁଖ୍ୟ ରାସ୍ତା ରୁ ବୋଟ କୁ ହଟାଇଛନ୍ତି। ଗତକାଲି ଠାରୁ କନ୍ଧମାଳ ଜିଲ୍ଲା ରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାତିରେ ମୁଷଳ ଧାରା ରେ ବର୍ଷା ହୋଇଛି।
