ବାଲିଅନ୍ତା: ଗତମାସ ୨୩ ତାରିଖରେ ବାଳକାଟି ଫାଣ୍ଡି ଅଧିନ ପୁରୁଣା ଜଗନ୍ନାଥ ସଡ଼କ ମା’ଭାଗବତୀ ମନ୍ଦିର ନିକଟ ଏକ ହୋଟେଲ ସମ୍ମୁଖରେ ଜଣେ ଯୁବତୀଙ୍କ ଠାରୁ ଦୁର୍ବୁତ୍ତ ଭ୍ୟାନିଟ ଝାମ୍ପି ନେବା ଘଟଣାରେ ବାଲିଅନ୍ତା ଥାନା ପୁଲିସ ଜଣେ ଲୁଟିଆକୁ ଗିରଫ କରି ଅଦାଲତ ଚାଲାଣ କରିଛି କ୍ଷ ଏଥିସହ ଲୁଟିଆର ବ୍ୟବହୃତ ପଲସର ମୋଟର ସାଇକଲ ଜବତ କରିଥିବା ବେଳେ ଉକ୍ତ ଯୁବତୀଙ୍କ ମୋବାଇଲ ଉଦ୍ଧାର କରିଛି କ୍ଷ ଲୁଟିଆ ହେଲେ ନିଆଳି ଥାନା ଆଠଙ୍ଗ ବସ୍ତିର ସୁନିଲ ସା ଓରଫ ଅଜଗର ଅଲ୍ଲୀ ସା କ୍ଷ ପୁଲିସ ଅଜଗର ଅଲ୍ଲୀ କୁ ତାଙ୍କ ବସ୍ତିରୁ ଗିରଫ କରିଥିଲେ କ୍ଷ ଖବରନେବାରେ ଜଣାପଡିଛି ସ୍ଥାନୀୟ ହୀରାପୁର ଗ୍ରାମର ଭାରତୀ ଦାସ ନାମକ ଜଣେ ଯୁବତୀ ବାଳକାଟି ବଜାରରେ ବିୟୁଟି ପାର୍ଲର ଦୋକାନ କରିଛନ୍ତି କ୍ଷ ପ୍ରତିଦିନ ଭଳି ଘଟଣା ଦିନ ମଧ୍ୟାହ୍ନ ପ୍ରାୟ ସାଢେ ୧ ଟାରେ ଯୁବତୀ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ କ୍ଷ ଏହି ସମୟରେ ଗୋଟିଏ ମୋଟର ସାଇକଲରେ ୨ ଜଣ ଯୁବକ ଉପରୋକ୍ତ ସ୍ଥାନରେ ଯୁବତୀଙ୍କ ଠାରୁ ଭ୍ୟାନିଟ ଝାମ୍ପି ନେଇଥିଲେ କ୍ଷ ଦୁର୍ବୁତ୍ତ ମାନେ ହୀରାପୁର ଦେଇ ଟଙ୍କପାଣି ସେତୁ ଦିଗକୁ ଦୃତଗତିରେ ପଳାଇଥିଲେ କ୍ଷ ଉକ୍ତ ଭ୍ୟାନିଟରେ ୧ ହଜାର ଟଙ୍କା, ଗୋଟିଏ ମୋବାଇଲ ଏବଂ ଗୋଟେ ରୁପା ଚେନ ଥିଲା ବୋଲି ସେ ଅଭିଯୋଗ କରିଥିଲେ କ୍ଷ ଅଭିଯୋଗ ପାଇ ପୁଲିସ ତଦନ୍ତ ଚଳାଇଥିବା ବେଳେ ନିକଟରେ ଲାଗିଥିବା ଚିତ୍ର ଉତ୍ତୋଳନକାରୀ ଯନ୍ତ୍ର ତନଖି କରିଥିଲେ କ୍ଷ ତନଖି ସମୟରେ ୨ ଜଣ ଯୁବକ ଏକ ପଲସରରେ ଏହି ଲୁଟ କରିଥିବା ଦେଖାଯାଇଥିଲେ କ୍ଷ ତଦନ୍ତ ସମୟରେ ପୁଲିସ ଗାଡି ନମ୍ବରକୁ ଆଧାର କରି ଅଜଗର ଅଲ୍ଲୀକୁ ଗିରଫ କରିଥିବା ବେଳେ ତାର ସହଯୋଗୀଙ୍କୁ ଧରିବାରେ ସକ୍ଷମ ହୋଇନାହିଁ କ୍ଷ
