ଭଂଜନଗର: ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇ, ବହୁ ପରିମାଣର ଗୁଟଖା ଜବତ କରାଯାଇଛି । ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ବେଲଗୁଣ୍ଠା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ, ଏକ କାର୍ ରେ ବେଆଇନ ଗୁଟଖା ଓ ତମାଖୁ ଚାଲାଣ କରୁଥିବା ଏକ କାର୍ ଧରାପଡିଥିଲା । ଏବଂ ସଂପୃକ୍ତ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଖଡ଼ିତେଲି ଗାଁର ଅଶ୍ୱିନୀ କୁମାର ଗୌଡ଼ ବୋଲି ଜଣାପଡିଛି । ୧୧ଶହ ପ୍ୟାକେଟ୍ ଗୁଟଖା ସହ କାର୍ କୁ ମଧ୍ୟ ଜବତ କରିଛି ପୋଲିସ ।
