ପୁରୀ:ଜଳ ହିଁ ଜୀବନ । ଜଳ ବିନା ଆମେ ବଞ୍ଚି ପାରିବା ନାହିଁ । ଗ୍ରୀଷ୍ମର ରୌଦ୍ରତାପ ଯୋଗୁ ଏବେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଜଳଛତ୍ର ଶିବିରରେ ଏବେ ଆଶ୍ୱସ୍ତି ଓ ଶାନ୍ତି ଅନୁଭବ ପାଉଛନ୍ତି ପଥଚାରୀ ଓ ପର୍ଯ୍ୟଟକ । ଏସସିଏସ କଲେଜ ବ୍ଯାକ ଗେଟ ରୋଡ ନିକଟସ୍ଥ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ କମ୍ପୁଟର ଏଡୁକେସନ ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଦିନ ଜଳଛତ୍ର ଶିବିରକୁ ଏଡୁକେସନର ନିର୍ଦ୍ଦେଶକ ମାନସ ରଞ୍ଜନ ସ୍ୱାଇଁ ଶୁଭାରମ୍ଭ କରି କହିଲେ ଏବେ ଗୀଷ୍ମର ପ୍ରଭାବ ଦେଖିବାକୁ ମିଳୁଛି । ପ୍ରବଳ ଖରାତାତି ଓ ଗୁଳୁଗୁଳି ରେ ପଥଚାରୀ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତ ସମୟରେ କିଛି ଆଶ୍ୱସ୍ତି ଓ ଶାନ୍ତି ଅନୁଭବ ପାଇଁ ଦହିସର୍ବତ, ବାଦାମ ସର୍ବତ, ଅଭଡା ତୋରଣି ପିଇ ତୃଷ୍ଣା ମେଣ୍ଟାଇବା ପାଇଁ ଏକ ପ୍ରୟାସ । ସଂକ୍ରାନ୍ତି ଦିନ ଠାରୁ ଆସନ୍ତା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ସେବା ଜାରିରହିବ । ଖରାତାତିରେ ଦହିସର୍ବତ ପିଇ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ଆଶ୍ୱସ୍ତି ଅନୁଭବ କରିବା ସହ ଅନୁଷ୍ଠାନକୁ ଆର୍ଶିବାଦ ଦେବା ସହିତ ପ୍ରଶଂସା କରିଛନ୍ତି । ଏଡୁକେସନର କର୍ମକର୍ତ୍ତା ପୂଜାରାଣୀ ବାରିକ ଓ ସୋନାଲି ସାହୁ ଜଳଛତ୍ର ବଣ୍ଟନକୁ ପରିଚାଳନା କରୁଥିବା ବେଳେ ଚିନ୍ମୟ ମହାରଣା, ବାବୁନା ପ୍ରଧାନ, ଶୁଭଶ୍ରୀ ବିଶୋଇ, ମଧୁସ୍ମିତା ଦାସ, ସମୀକ୍ଷା ମହାପାତ୍ର ପ୍ରମୁଖ ସହଯୋଗ କରିଛନ୍ତି । ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ ମାନେ ମାନବ ସେବା ମାଧବ ସେବା ପରି ସାଇକେଲ ଆରୋହୀ, ରିକ୍ସା ଚାଳକ, ପଥଚାରୀଙ୍କୁ ଏହି ସେବା କରି ନିଜକୁ ଧନ୍ୟ ମନେ କରିଛନ୍ତି ।
