ଘସିପୁରା: ଘସିପୁରା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାର୍ଯ୍ୟାଳୟର ତିନି ମହଲା କୋଠା ଉପରୁ ଜଣେ ଅଗ୍ନିଶମ କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମ୍ପୃକ୍ତ କର୍ମଚାରୀ ଜଣକ ହେମାନନ୍ଦ ଦେହୁରୀ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଆଜି ହେମାନନ୍ଦ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ କାର୍ଯ୍ୟାଳୟର ତିନି ମହଲା ଛାତ ଉପରକୁ ଚଢ଼ି ଡେଇଁପଡ଼ିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ସ୍ଥାନୀୟ ଲୋକ ଓ ଅନ୍ୟ କର୍ମଚାରୀମାନେ ତୁରନ୍ତ ଘସିପୁରା ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର ଅନ୍ୟ ସଦସ୍ୟଙ୍କ ସହଯୋଗରେ ବହୁ ବୁଝାସୁଝା କରିବା ସହ କୌଶଳକ୍ରମେ ହେମାନନ୍ଦଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଫଳରେ ଏକ ବଡ଼ ଧରଣର ଅପ୍ରୀତିକର ପରିସ୍ଥିତି ଏଡ଼ାଇ ଯାଇଛି। ତେବେ ଏହି ସମ୍ବେଦନଶୀଳ ପଦକ୍ଷେପ ପଛର କାରଣକୁ ନେଇ ନାନା ଚର୍ଚ୍ଚା ଜାରି ରହିଛି। ଚାକିରି କ୍ଷେତ୍ରରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କ୍ରମାଗତ ମାନସିକ ନିର୍ଯାତନା ଯୋଗୁଁ ସେ ଅତ୍ୟାଧିକ ଚାପରେ ଥିଲେ ଏବଂ ସେଥିପାଇଁ ଏପରି ନିଷ୍ପତ୍ତି ନେଇଥିବା କର୍ମଚାରୀ ଜଣଙ୍କ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛି କ୍ଷ
