ଫିଲିପାଇନ୍ସରେ ଜାହାଜ ବୁଡ଼ି; ୧୫ ମୃତ, ୨୮ ନିଖୋଜ

Spread the love

ମାନିଲା: ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ସୋମବାର ଏକ ଜାହାଜ ବୁଡ଼ିଯିବାରୁ ଅତିକମରେ ୧୫ଜଣ ଲେକଙ୍କ ପ୍ରାଣହାନି ଘଟିଛି। ଏମଭି ଟ୍ରିଷା କେରଷ୍ଟିନ୍ ୩ ଜାହାଜରେ ୩୫୦ଜଣ ଯାତ୍ରୀ ଥିଲେ। ଉଦ୍ଧାରକାରୀ ଦଳ ୩୧୬ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏବେ ବି ୨୮ଜଣ ନିଖୋଜ ରହିଛନ୍ତି। ଜାହାଜରେ ଉଭୟ ଯାତ୍ରୀ ଓ ମାଲ ପରିବହନ ହେଉଥିଲା। ଏହା ଦେଶର ଦକ୍ଷିଣାଞ୍ଚଳର ମୁଖ୍ୟ ଭାଗ ମିନଡାନୋରୁ ଜୋଲୋ ଯାତ୍ରା କରୁଥିବା ବେଳେ ସ୍ଥାନୀୟ ସମୟ ୧ଟା ୫୦ ମିନିଟରେ ବୁଡ଼ିଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!