ଭୁବନେଶ୍ୱର: ଶୈଳଶ୍ରୀ ବିହାର ସ୍ଥିତ କିଙ୍ଗ ଚେସ ସେଣ୍ଟର୍ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଫିଡେ କାଡେଟ ବିଶ୍ୱକପ ୨୦୨୬(୧୦ ବର୍ଷରୁ କମ୍ ଓପନ୍) ରେ ବ୍ରୋଞ୍ଚ ପଦକ ଏବଂ କମନୱେଲଥ ରେ ରୌପ୍ୟ ପଦକ ସହିତ ୨ ଟି ବ୍ରୋଞ୍ଚ ପଦକ ହାସଲ କରିଥିବା ବିସ୍ମୟ ଶିଶୁ ଚେସ ଖେଳାଳି କ୍ୟାଣ୍ଡିଡେଟ୍ ମାଷ୍ଟର ସାତ୍ତ୍ୱିକ ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏବଂ ନିକଟରେ ହୋଇଥିବା ରାଜ୍ୟ ୧୧ ବର୍ଷରୁ କମ୍ ବାଳିକା ଚମ୍ପିୟାନସିପ ରେ ରାନର୍ସ୍ ଅଫ୍ ହୋଇଥିବା ସୁଶ୍ରୀ ପ୍ରିତିକା ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।କିଙ୍ଗ ଚେସ ସେଣ୍ଟର୍ ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ସେଣ୍ଟର୍ ର ପ୍ରତିଷ୍ଠାତା ବିଶ୍ୱଜିତ୍ ରାୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ପ୍ରଚେଷ୍ଠା ର ପ୍ରଶାସକ ଶ୍ରୀଯୁକ୍ତ ଆଇ ଏମ୍ ସ୍ୱୟଂଶୁ ସତ୍ୟପ୍ରଜ୍ଞ ତାଙ୍କ ବକ୍ତବ୍ୟ ରେ ଉପସ୍ଥିତ ଥିବା ଖେଳାଳି ଏବଂ ଅଭିଭାବକ ମାନଙ୍କୁ ଚେସ ଖେଳ ସମ୍ବନ୍ଧୀୟ ଅନେକ ଉପଦେଶ ପ୍ରାଦାନ କରିଥିଲେ।
