ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ହ୍ୟାଣ୍ତବଲ ଆସୋସିଏସନ୍ ପକ୍ଷରୁ ସବ୍ ଜୁନିୟର ହ୍ୟାଣ୍ତବଲ ଖେଳରେ ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରିଥିବା ଖେଳାଳୀ ମାନଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ନ୍ଧନା ସମାରୋହରେ ସମ୍ମାନିତ କରାଯାଇଅଛି। ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନ୍ ସଭାପତି ବିପ୍ଳବ ଚୌଧୁରୀ?ଙ୍କ ସଭାପତିତ୍ୱରେ ଶ୍ରୀକୃଷ୍ଣ ଏକାଡେମୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗଦେଇ ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରିଥିବା ଶ୍ରୀକୃଷ୍ଣ ଏକାଡେମୀ, ପୁରୋହିତପୁର ହାଇସ୍କୁଲର ଖେଳାଳି ମାନଙ୍କୁ ପୁରସ୍କୃତ କରିବା ସହ କ୍ରୀଡ଼ା ହେଉଛି ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ସଫଳତାର ପଥ।ହ୍ୟାଣ୍ତବଲ କେବଳ ଏକ କ୍ରିଡ଼ା ନୁହେଁ ଏହା ଶୃଙ୍ଖଳା,ଦଳଗତ ଭାବନା, ନେତୃତ୍ୱ,ଧର୍ଯ୍ୟ ଓ ଆତ୍ମବିଶ୍ୱାସର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ।ଜିଲ୍ଲାରେ ହ୍ୟାଣ୍ତବଲ ଖେଳ ଓ ଖେଳାଳୀ ମାନଙ୍କ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଜିଲ୍ଲା ହ୍ୟାଣ୍ତବଲ ଆସୋସିଏସନର ପ୍ରତିଷ୍ଠାତା ତଥା ବିଶିଷ୍ଟ କ୍ରିଡ଼ା ପ୍ରଶିକ୍ଷକ ପ୍ରିୟନାଥ ରାୟ, ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଦା କାନୁନଗୋ, ଶ୍ରୀକୃଷ୍ଣ ଏକାଡେମୀର ଶାରିରୀକ ଶିକ୍ଷା ଶିକ୍ଷକ ଧର୍ମେନ୍ଦ୍ର ଦାସ, ପୁରୋହିତପୁର ଉଚ୍ଚ ବିଦ୍ୟାଳୟର ଶାରୀରିକ ଶ
