ଡ଼୍ରପ୍ ଆଉଟ ରୋକିବାକୁ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି; ଏବେ ମାଗଣାରେ ହେବ ନାମଲେଖା, ପରୀକ୍ଷା

Spread the love

ଭୁବନେଶ୍ୱର(ବ୍ୟୁରୋ) ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଛାଡ଼ିଥିବା ଏବଂ ସ୍କୁଲ୍ ଯାଉନଥିବା ୧୪ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ନାମଲେଖା ଏବଂ ପରୀକ୍ଷା ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ‘ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ’ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ସ୍ତରରେ ଯେଉଁ ପିଲାମାନେ ଏକ ସପ୍ତାହରୁ ଅଧିକ ସମୟ ଧରି ସ୍କୁଲ୍‌କୁ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବ। ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସମ୍ପୃକ୍ତ ପିଲାଙ୍କ ଘରକୁ ଯାଇ ପରିବାର ସହ ଆଲୋଚନା କରିବେ। ପିଲାମାନେ କେଉଁ କାରଣରୁ ଦୀର୍ଘ ସମୟ ଧରି ସ୍କୁଲ୍‌କୁ ଆସୁନାହାନ୍ତି, ତାହା ବୁଝିବା ସହ ସେମାନଙ୍କୁ ପୁଣି ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସିଏଜି ରିପୋର୍ଟ ଅନୁଯାୟୀ, ୨୦୧୮ ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୨ୟ ରୁ ୧୨ଶ ଶ୍ରେଣୀ ମଧ୍ୟରେ ଡ୍ରପ୍‌ଆଉଟ୍ ହାର ୩.୧୨% ରୁ ୭.୨୬% ମଧ୍ୟରେ ରହିଛି। ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୬୧,୦୦୦ ରୁ ଅଧିକ ଶିଶୁଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଅଣାଯାଇ ପାରିନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!