କଳାହାଣ୍ଡି: କଳାହାଣ୍ଡି ଜ଼ିଲ୍ଲା କୋକସରା ଥାନା ଡାଲଗୁମା ଗ୍ରାମରେ ଦୁଇଦିନ ତଳେ ଘଟିଥ?ିବା ଶୁକଦେବ ଧରୁଆ ହତ୍ୟା ଘଟଣାରେ ଏକ ବଡ଼ଗୁମର ଫିଟିଛି। ଶୁକଦେବଙ୍କୁ କେହି ବାହାର ଲୋକ ନୁହେଁ ବରଂ ତାଙ୍କ ନିଜ ଜୁଆଇଁ ହିଁ ଶାବଳରେ ହତ୍ୟା କରିଥ?ିବା ପୁଲିସ ଆଗରେ ସ୍ୱୀକାର କରିଥ?ିବା ସୂଚନା ମିଳିଛି ।ଏହି ଘଟଣାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କାଠବେଡା ଗ୍ରାମର ଅଭିଯୁକ୍ତ ଡିଙ୍ଗର ମାଝୀ (୨୭) ବୁଧବାର ଦିନ କୋକସରା ଥାନା ପୁଲିସ ଗିରଫକରି କୋର୍ଟଚାଲାଣ କରିଛି । ସୋମ?ବାର ସକାଳେ ଡାଲଗୁମା ଗ୍ରାମର ଧାନମଣ୍ଡି ନିକଟସ୍ଥ ଏକ ବଗିଚାର ଘର ଦୁଆରେ ଶୋଇଥିବା ଅବସ୍ଥାରେ ଜଗୁଆଳି ଶୁକଦେବଙ୍କ ରକ୍ତଭିଜା ମୃତଦେହକୁ ତାଙ୍କ ଝିଅ ପ୍ରଥମେ ଦେଖ?ିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀଙ୍କୁ ଜଣାଇବା ସହ କୋକସରା ଥାନାକୁ ମଧ୍ୟ ଖବର ଦିଆଯାଇଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଓ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀଭର୍ଷିତା ଆଡେପୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ସନ୍ଧାନୀକୁକୁର ଏବଂ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କୁ ଜୋରଦାର କରାଯାଇଥିଲା । ପ୍ରଥମେ ସନ୍ଦେହରେ ଗ୍ରାମର ଜଣେଯୁବକଙ୍କୁ ଅଟକ ରଖି ପଚରାଉଚୁରା କରିବବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା ଓ । ଏହାପରେ ସନ୍ଦେହର ପରିଧିକୁ ଆସିଥିଲେ ମୃତ ଶୁକଦେବଙ୍କ ଜ୍ୱାଇଁ ଡିଙ୍ଗର ମାଝୀ । ପୁଲିସ ତାଙ୍କୁ ଉଠାଇ ଆଣି ଜେରା କରିବା ପରେସମସ୍ତ ସତ୍ୟ ସାମ୍ନାକୁ ଆସିଥିଲା । ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଡିଙ୍ଗରଙ୍କ ସ୍ତ୍ରୀ ଅନେକ ସମୟରେ ନିଜ ବାପଘର (ଡାଲଗୁମା) ରେ ରହୁଥିଲେ ଓ ସେ ତାଙ୍କୁ ନିଜ ଘରକୁ ଯିବା ପାଇଁ ବାରମ୍ବାର କହୁଥିଲେ ମଧ୍ୟ ସ୍ତ୍ରୀ ଯାଉନଥିଲେ ଏବଂ ଏଥିରେ ଶ୍ୱଶୁର ଶୁକଦେବ ମଧ୍ଯ କୌଣସି ସହଯୋଗ କରୁ ନ ଥିଲେ କିମ୍ବା ଝିଅକୁ ଛାଡୁ ନଥିଲେ ଓ ପାରିବାରିକ କଳହରୁ ଅତିଷ୍ଠ ହୋଇ ଦ୍ୱାଇଁ ଡିଙ୍ଗର ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଏବଂ ଶ୍ୱଶୁରକୁ ଶାବଳରେ ଭୁସି ହତ୍ୟା କରିଥିବା ନେଇ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥ?ିବା ଅଭିଯୋଗ କରି ଡାଲଗୁମା ଗ୍ରାମର ଶତାଧିକ ପୁରୁଷ ଓ ମହିଳା କୋକସରା ଥାନାରେ ପହଞ୍ଚିଥିଲେ, ତେବେ ପୁଲିସ ପକ୍ଷରୁ ଏଥିରେ ଯେଉଁ ମାନେ ବି ସମ୍ପୃକ୍ତ ରହିଛନ୍ତି କାହାରିକୁ ଛଡାଯିବ ନାହିଁ ବୋଲି କହିଲା ପରେ ସେମାନେ ଫେରିଥିବା ଜଣାପଡ଼ିଛି ।
