ଇଡି ରେଡ୍ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

Spread the love

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା। ଶାସକ ତୃଣମୂଳ କଂଗ୍ରେସ ଦଳର ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ କାର୍ଯ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉରେ ନିୟୋଜିତ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦେବା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଇଡି ରେଡ୍ ସମୟରେ କାର୍ଯ୍ୟରେ ବାଧା ଦେବା ନେଇ ମମତା ସରକାରଙ୍କ ବିରୋଧରେ ଅଭିଯୋଗ ଆସିଛି। ଜଷ୍ଟିସ୍ ପ୍ରଶାନ୍ତ ମିଶ୍ର ଓ ଜଷ୍ଟିସ୍ ବିପୁଳ ପାଂଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର, କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ଓ ଅନ୍ୟମାନନଙ୍କୁ ନିଲମ୍ବନ କରିବା ନେଇ କେନ୍ଦ୍ରୀୟ ଏଜେନ୍ସିର ଇଚ୍ଛା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ, ମମତା ସରକାରଙ୍କଠାରୁ ଉତ୍ତର ଚାହିଁଛନ୍ତି। ପଶ୍ଚିମବଙ୍ଗ ସରକାରୀ କଳ ଦ୍ୱାରା ତଦନ୍ତରେ ହସ୍ତକ୍ଷେପ ସଂପର୍କିତ କେନ୍ଦ୍ରୀୟ ସଂସ୍ଥାର ଯାଚିକାକୁ କୋର୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ବିବେଚନା କରିିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!