ପୁରୀ: ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ ଶରତଚନ୍ଦ୍ର ମହାପାତ୍ର ଙ୍କ ସରକାରୀ କାର୍ଯ୍ୟରୁ ସେବା ନିବୃତ୍ତ ଅବସରରେ ଅବସର କାଳୀନ ସମ୍ବର୍ଦ୍ଧନା ମଙ୍ଗଳବାର ଦିଆଯାଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ଡ ମହାପାତ୍ର ଜଣେ ଦକ୍ଷ, ନିଷ୍ଠାପର ଓ ମିଷ୍ଟଭାଷୀ ଅଧିକାରୀ ଥିଲେ ବୋଲି କହିଥିଲେ।ରାଜସ୍ୱ ପରି ଏକ ଗୁରୁତ୍ୱ ପୂର୍ଣ୍ଣ ବିଭାଗକୁ ସେ ସୁଚାରୁ ରୁପେ ନିର୍ବାହ କରିଥିଲେ।ଜିଲ୍ଲା ପ୍ରଶାସନ ର ବିଭିନ୍ନ କାର୍ଯ୍ୟ ରେ ତାଙ୍କର ଅବଦାନ ସ୍ମରଣୀୟ ବୋଲି କହିବା ସହ ଅବସର ପରବର୍ତ୍ତୀ ଜୀବନ ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁସ୍ଥ, ନୀରୋଗ ଓ ଆନନ୍ଦ ଦାୟକ ହେଉ ବୋଲି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ଡ ମହାପାତ୍ର ଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଅବସର ପରବର୍ତ୍ତୀ ଜୀବନ ସୁଖରେ ଅତିବାହିତ ହେଉ ବୋଲି କାମନା କରିଥିଲେ । ନିଜ ପ୍ରତିକ୍ରିୟାରେ ଅତିରିକ୍ତ ଜିଲ୍ଲାପାଳ ଡ ମହାପାତ୍ର ନିଜ ଦାୟିତ୍ୱ କୁ ସଠିକ ଭାବେ ନିର୍ବାହ ରେ ସମସ୍ତ ଙ୍କ ସହଯୋଗ ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଡେପୁଟି କଲେକ୍ଟର ବୃନ୍ଦ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
