ଚଳଚ୍ଚିତ୍ର ନିର୍ଦ୍ଦେଶକ ଶକ୍ତି ସାମନ୍ତ ପଦ୍ମ ପୁରସ୍କାର ପାଇଁ ହକଦାର: ମୁହଁ ଖୋଲିଲେ ପୁତ୍ର

Spread the love

ମୁମ୍ବାଇ: ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଶକ୍ତି ସାମନ୍ତଙ୍କ ବଲିଉଡ ଜଗତକୁ ବହୁ ଅବଦାନ ରହିଥିଲେ ମଧ୍ୟ ଜାତୀୟ ସ୍ତରରେ ତାଙ୍କୁ କୌଣସି ସ୍ୱୀକୃତି ମଳିିନାହିଁ। ସେ ‘ଆରାଧନା’, ‘ଅମର ପ୍ରେମ’ ଓ ‘କାଶ୍ମୀର କି କଲୀ’ ଭଳି ଲୋକପ୍ର୍ରିୟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହା ସତ୍ତ୍ୱେ ପଦ୍ମଶ୍ରୀ ଭଳି ତାଙ୍କୁ କୌଣସି ବେସାମରିକ ପୁରସ୍କାର ଅଦ୍ୟାବଧି ମିଳିନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଶକ୍ତିଙ୍କ ପୁଅ ଅସୀମ ସାମନ୍ତ। ପିତାଙ୍କ ୧୦୦ତମ ଜନ୍ମଦିନ ଅବସରରେ ଅସୀମ ଏହା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ତାଙ୍କ ପିତା ହିନ୍ଦୀ ଚଳଚ୍ଚିତ୍ର ‘ବହୁ’ ନିଜର ନିର୍ଦ୍ଦେଶନା ଜୀବନ ଆରମ୍ଭ କରିଥିଲେ। ସେ ଅପରାଧ ରୋମାଞ୍ଚଭିତ୍ତିକ ଚଳଚ୍ଚିତ୍ର ‘ହାୱଡ଼ା ବ୍ରିଜ୍‌’, ପ୍ରେମ ରୋମାଞ୍ଚ ଭିତ୍ତିକ ‘ଚିନା ଟାଉନ’, ଓ ‘ଆନ୍ ଇଭିଂ ଇନ୍ ପ୍ୟାରିସ୍‌’ପ୍ରେମଭିତ୍ତିକ ଚଳଚ୍ଚିତ୍ର ‘ଆରାଧନା’, ‘ଅମରପ୍ରେମ’, ଓ ‘କାଶ୍ମୀରୀ କି କଲି’ର ନିର୍ଦ୍ଦେଶନା ଦେଇଛନ୍ତି। ଏଥିପାଇଁ ତାଙ୍କ ପିତା ପଦ୍ମଶ୍ରୀ କିମ୍ବା ପଦ୍ମବିଭୂଷଣ ପାଇବା ପାଇଁ ହକଦାର ଅଟନ୍ତି। ଏସବୁ ହାସଲ କରିବା ଲାଗି ରାଜନୈତିକ ପୃଷ୍ଠପୋଷକତାର ଆବଶ୍ୟକତା ରହିଛି। ହେଲେ ତାଙ୍କ ପିତା ସେଭଳି ବ୍ୟକ୍ତି ନୁହନ୍ତି ବୋଲି ଅସୀମ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!