ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ରେ ଅବୈଧ ମଦ ପ୍ରସ୍ତୁତି ଓ କାରବାର ବିରୋଧରେ ଆଜି ସକାଳେ ରାଇଘର ବ୍ଲକ ଅନ୍ତର୍ଗତ କାଳିଆପଦର ଓ କଚରାପଡ଼ା ଗ୍ରାମରେ ମିଳିତ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ରାଇଘର ତହସିଲଦାର, ମନମୋହନ ସାହୁ ରାଇଘର ଥାନା ଅଧିକାରୀ ଟିକି ଚାନ୍ଦ ଖଟୁଆ, ଅବକାରୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପ୍ରାୟ ୧୨୫୦ ଲିଟର ମହୁଲି ପୋଚ୍ ଓ ୧୦୦ କ୍ଷଗ୍ଧକ୍ସ ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଛି।

ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ରୋକିବା ସହ ଏହାର କୁପରିଣାମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ସୂଚନା ଦେଇଛନ୍ତି।
