କୋଲକାତା: ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ଶନିବାର ଦିିନ କଂଗ୍ରେସର ଶୀର୍ଷ ନେତୃତ୍ୱ ଓ ପଶ୍ଚିମବଙ୍ଗ କଂଗ୍ରେସ ନେତାଙ୍କ ମଧ୍ୟରେ ନିର୍ବାଚନ ପ୍ରସ୍ତୁତି ଓ ମେଣ୍ଟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶୁଭଙ୍କର ସରକାର। ସେ କହିଛନ୍ତି ଦିଲ୍ଲୀରେ ଆଲୋଚନା ପରେ କୋଲକାତାଠାରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସିବାର କାର୍ଯ୍ୟସୂଚୀ ରହିଛି। ଶୁଭଙ୍କର ଅଭିଯୋଗ କରିଛନ୍ତି ଯେ, ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ରାଜ୍ୟରେ ଇଡିକୁ ବ୍ୟବହାର କରୁଛି। କୋଲକାତାର ଆଇପିଏସି କାର୍ଯ୍ୟାଳୟରେ ଇଡି ଚଢ଼ାଉ ସଂପୂର୍ଣ୍ଣ ଭାବେ ରାଜନୈତିକ। ଆଇପିଏସି ରାଜ୍ୟରେ ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ଇଡି ଚଢ଼ାଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ପଶ୍ଚିମବଙ୍ଗ ବିଧାନସଭା ପାଇଁ ଶନିବାର କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଆଲୋଚନା















Leave a Reply