କରୁର ଦଳାଚକଟା ମାମଲା: ବିଜୟଙ୍କୁ ସିବିଆଇ ଜେରା

Spread the love


ଚେନ୍ନାଇ: ତାମିଲନାଡ଼ୁର କରୁର ଦଳାଚକଟା ଘଟଣାରେ ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟଙ୍କୁ ସୋମବାର ସିବିଆଇ ୬ ଘଣ୍ଟା ଧରି ଜେରା କରିଛି। ତେବେ ଦଳାଚକଟା ଘଟଣା ପାଇଁ ସେ କିମ୍ବା ତାଙ୍କର ପାର୍ଟି କର୍ମକତ୍ତର୍ତାଙ୍କ ଭୂମିକାକୁ ସେ ଅସ୍ୱୀକାର କରିଛନ୍ତି। ଜେରା ବେଳେ ସେ ସିବିଆଇକୁ କହିଥିଲେ କି, ତାଙ୍କୁ ଦେଖି ସଭାସ୍ଥଳରେ ଲୋକମାନେ ହୋହଲ୍ଲା କରିବା ପରେ କିଛି ଅଘଟଣ ଆଶଙ୍କା କରି ସେ ତୁରନ୍ତ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ପୂର୍ବରୁ ସିବିଆଇ ଜେରା ବେଳେ ଟିଭିକେ କର୍ମକର୍ତ୍ତା ମଧ୍ୟ ସମାନ କଥା ପ୍ରକାଶ କରିଥିଲେ। ପୋଲିସ ବିଜୟଙ୍କ ବୟାନକୁ ବିଶ୍ଳେଷଣ କରୁଛି। ତେବେ ସଭାସ୍ଥଳକୁ ବିଜୟ ଆସିବାରେ ବିଳମ୍ବ ହେବାରୁ ଦଳାଚକଟା ଘଟିଲା ବୋଲି ପୂର୍ବରୁ କେତେକ ପୋଲିସ ଅଧିକାରୀ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!