ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ତଥା ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କର ହୃଦ୍ଘାତରେ ରବିବାର ଅକାଳ ବିୟୋଗ ଘଟିଛି। ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ନେପାଳର ମୂଳବାସିନ୍ଦା ପ୍ରଶାନ୍ତ ଦାର୍ଜିଂଲିରେ ରହିଆସୁଥିଲେ। ୨୦୦୪ରେ ସୋନି ଏଂଟରଟେନମେଂଟ ଟିଭିରେ ପ୍ରସାରିତ ସଂଗୀତ ଭିତ୍ତତିକ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ୩ର ସେ ବିଜେତା ହୋଇ ଖୁବ୍ ଚର୍ଚ୍ଚାରେ ରହିଥିଲେ। ତାଙ୍କ ସପକ୍ଷରେ ସେତେବେଳେ ୭୦୦ ଲକ୍ଷ ଭୋଟ ମିଳିଥିଲା, ଯାହା ପ୍ରତିଯୋଗିତାର ପ୍ରଥମ ରନର୍ସଅପ୍ ଅମିତ୍ ପଲଙ୍କୁ ମିଳିଥିବା ଭୋଟ ତୁଳନାରେ ୧୦ଗୁଣ ଅଧିକ ରହିଥିଲା। ଇଣ୍ଡିଆନ ଆଇଡଲ ବିଜେତା ହେବା ପରେ ପ୍ରଶାନ୍ତ ସ୍ୱାଧୀନ ଭାବରେ ସଂଗୀତ ଜୀବନ ଆରମ୍ଭ କରିଥିଲେ। ଉଭୟ ହିନ୍ଦୀ ଓ ନେପାଳୀ ଭାଷାରେ ତାଙ୍କର ପ୍ରଥମ ସଂଗୀତ ଆଲବମ୍ ଥିଲା ‘ଧନ୍ୟବାଦ’। ସେ ଅନେକଗୁଡ଼ିଏ ନେପାଳୀ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟକ ଭାବେ କାମ କରିଥିଲେ। ସେସବୁ ମଧ୍ୟରେ ‘ଗୋର୍ଖା ପଲଟଣ’(୨୦୧୦), ‘ଆଙ୍ଗଲ୍ ୟୋ ମାୟା କୋ’ ଏବଂ ହିମତ ୨(୨୦୧୩) ଆଦି ଅନ୍ୟତମ। ଏହାଛଡ଼ା ସେ ନେପାଳୀ ଚଳଚ୍ଚିିତ୍ର ‘ଗୋର୍ଖା ପଲଟଣ’, ‘ଆଙ୍ଗଲ୍ ୟୋ ମାୟା କୋ’, ‘କିନା ମାୟା ମା’, ‘ନିଶାନି’, ‘ପରଦେଶୀ’, ‘ୟେ ମାୟା ହାନାଇ ମା’ ଆଦିରେ ଅଭିନୟ କରିଥିଲେ।
ଇଣ୍ଡିଆନ ଆଇଡଲ ବିଜେତା ପ୍ରଶାନ୍ତଙ୍କ ଅକାଳ ବିୟୋଗ















Leave a Reply