ଆଗ୍ରା: ୧୦୦ କୋଟିର କ୍ରିପ୍ଟୋକରେନ୍ସି ଜାଲିଆତି ଘଟଣାର ୨ ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ମୁତାବକ ଅଭିଯୁକ୍ତମାନେ ହରିୟାଣା, ହିମାଚଳପ୍ରଦେଶ, ଉତ୍ତତରାଖଣ୍ଡ ସ ଉତ୍ତତର ପ୍ରଦେଶର ହଜାର ହଜାର ଲୋକଙ୍କୁ ଠକି ଥିଲେ। ଦୁଇ ଅଭିଯୁକ୍ତ ହେଲେ ବାଘପତର ବିନୋଦ ଓ ଲକ୍ଷ୍ନୌର ବିନୟ। ଦୁହେଁ ମିଥ୍ୟା କ୍ରିପ୍ଟୋକରେନ୍ସି ୱେବସାଇଟ୍ ଖୋଲିବା ସହ ୨୦୧୯, ୨୦୨୦ ଓ ୨୦୨୧ ମଧ୍ୟରେ ବିଭିନ୍ନ ପ୍ରତିଷ୍ଠିତ ହୋଟେଲରେ ସେମିନାର ଆୟୋଜନ କରି ଲୋକମାନଙ୍କୁ ମୋଟା ଅଙ୍କର ଫେରସ୍ତର ଲୋଭ ଦେଖାଇ ଟଙ୍କା ଖଟାଇବାକୁ ପ୍ରର୍ବତ୍ତତାଇଥିଲେ। କେବଳ ଆଗ୍ରାରେ ୧୫୦୦ ଲୋକ ସେମାନଙ୍କ ଠକାମିର ଶିକାର ହୋଇଥିଲେ। ପୂର୍ବରୁ ଅଭିଯୁକ୍ତମାନଙ୍କ ଅନ୍ୟତମ ସହଯୋଗୀ ଅଜୟକୁ ଆଗ୍ରା ପୋଲିସ ଗିରଫ କରିଥିଲା।
୧୦୦ କୋଟିର କ୍ରିପ୍ଟୋକରେନ୍ସି ଜାଲିଆତି ମାମଲାରେ ୨ ଗିରଫ













Leave a Reply