ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା: ଜବତ ହେଲ ୮୨ ଲକ୍ଷ ଟଙ୍କା

Spread the love


କଟକ(ବ୍ୟୁରୋ) ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା। ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୀର୍ଘଦିନ ଧରି ଚାଲୁଥିବା ଗୁପ୍ତ ତଦନ୍ତ ପରେ ଭିଜିଲାନ୍ସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ତାଙ୍କ ଆୟ ସହ ମେଳ ନ ଥିବା ବିପୁଳ ସମ୍ପତ୍ତି ରଖିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ଟିମ୍ ଏକାସାଥିରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ଠିକଣାରେ ଚଢ଼ାଉ କରିଥିଲା। ଭୁବନେଶ୍ୱରରେ ଥିବା ବହୁତଳ ଅଟ୍ଟାଳିକା ସହ ବଡ଼ଗଡ଼ ବ୍ରିଟ କଲୋନିରେ ଥିବା ୨ଟି ତିନି ମହଲା କୋଠା, ଏବଂ ଖୋର୍ଦ୍ଧା ଜିଲ୍ଲାରେ ଥିବା ୨ଟି ଦୁଇ ମହଲା କୋଠାରେ ଚଢ଼ାଉ ହୋଇଥିଲା। ଏଣେ ବାରଙ୍ଗରେ ଥିବା ତାଙ୍କ କାର୍ଯ୍ୟାଳୟରେ ବି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ଏହି ଚଢ଼ାଉ ଏବେ ବି ଜାରି ରହିଛି। ଏହି ଚଢ଼ାଉ ସମୟରେ ୪ ଡିଏସପି, ୭ ଇନ୍ସପେକ୍ଟର୍ ଓ ୮ଜଣ ଏସଆଇ ନିୟୋଜିତ ହୋଇଥିବା ଜଣାଯାଇଛି। ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ବିଡାବିଡା ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର, ଦାମୀ ଘଂଟା ବିଦେଶ ଯାତ୍ରା ସମ୍ପର୍କିତ ପାସପୋର୍ଟ, ଜମିଜମା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏଟିଏମ୍ କାର୍ଡ ଆଦି ଜବତ କରିଛି। ତାଙ୍କର ଭୁବନେଶ୍ୱର ଘରୁ ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିବାର ପ୍ରାଥମିକ ସୂଚନା ରହିଛି। ଜବତ ସମ୍ପତ୍ତିର ମୂଲ୍ୟାୟନ ଏପର୍ଯ୍ୟନ୍ତ ଜାରି ରହିଛି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସମ୍ପତ୍ତିର ଉତ୍ସ, ବ୍ୟାଙ୍କ ନେଣଦେଣ ଓ ଅନ୍ୟାନ୍ୟ ଆର୍ôଥକ କାରବାର ଉପରେ ତଦନ୍ତକୁ ଆଉ ତୀବ୍ର କରାଯିବା ସହ ମାମଲାର ଆଗାମୀ ପଦକ୍ଷେପ ନିଆଯିବ। ଟଙ୍କାରେ ସଜେଇ ହୋଇଛି ସରକାରୀ ଅଫିସରଙ୍କ ଶେଜ । ଶାଶୂ ଘରେ ପହଞ୍ଚି ଭିଜିଲାନ୍ସ ଜବତ କରିଛି ନଗଦ ୮୨ ଲକ୍ଷ ଟଙ୍କା। କୋଟିପତି କୁବେର, ଅତିରିକ୍ତ ତହସିଲଦାରଙ୍କ ସମ୍ପତ୍ତି ପ୍ରାୟ ୧୦ କୋଟି ପାର୍ ହୋଇଯାଇଥିବା ଭିଜିଲାନ୍ସ କହିଛି । ଘର ନୁହେଁ ତ ବ୍ୟାଙ୍କ । ଥାକ ଥାକ ହୋଇ ଥୁଆ ହୋଇଛି ବିଡ଼ା ବିଡ଼ା ନୋଟ୍ । ଗଦି ଉପରେ ଗଦେଇ ହୋଇଛି ଗଦା ଗଦା ଟଙ୍କା। ଆଉ ୭୫ ଲକ୍ଷ ଟଙ୍କାର ହିସାବ ବେଳକୁ ମେସିନ୍ ବି ଖରାପ ହୋଇଗଲା । ଖାଲି ଟଙ୍କା ନୁହେଁ, ଏହି କୁବେର ଅଫିସରଙ୍କ ଘରେ ରେଡ୍ ବେଳେ, ଜବତ ହୋଇଛି, ଶହେ ଗ୍ରାମ୍ ସୁନା, ୮୨ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା । ୪ଟି ବାଇକ୍ ଓ କାର୍ । ଏଥିସହ ବାବୁଙ୍କର ରହିଛି, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ବହୁତଳ ପ୍ରାସାଦ । ଉତ୍ତରାରେ ବିଳାସପୂର୍ଣ୍ଣ ଫ୍ଲାଟ୍ ଓ ୪ଟି ମୂଲ୍ୟବାନ ଭିଜିଲାନ୍ସ … ପ୍ଲଟ୍ । ଘର ଭିତରୁ ପୁଳା ପୁଳା ଦସ୍ତାବିଜ୍‌, ବ୍ୟାଙ୍କ ଜମା, ବୀମା ମିଳିଥିବା ବେଳେ, ଲକର ଖୋଲିବା ବାକି ଅଛି। ଭିଜିଲାନ୍ସ ଯେତେ ଖୋଳୁଛି, ସେତେ ମିଳୁଛି। ସାମ୍ନାକୁ ଆସିଛି ବାରଙ୍ଗ ବାବୁଙ୍କ ବାରବାଟି ସମ୍ପତ୍ତି । ସେହିପରି ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପିଇଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ରେଡ। ଚଢ଼ାଉରେ ସାମିଲ ହୋଇଛନ୍ତି ୪ ଡିଏସପି ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ।

Leave a Reply

Your email address will not be published. Required fields are marked *

error: Content is protected !!