ଭୁବନେଶ୍ୱର(ବ୍ୟୁରୋ) ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି।୪୦ ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି। ୮୦ ବର୍ଷରୁ ଉର୍ଦ୍ଧ୍ୱ କଳାକାରଙ୍କ ଭତ୍ତା ହେଲା ମାସକୁ ୩୫୦୦ ।ଉପକୃତ ହେବେ ୪୭,୭୦୪ କଳାକାର ଆଜି କେନ୍ଦୁଝରର ପାର୍କ ଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କ ଭତ୍ତା ବୃଦ୍ଧି ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ୪୦ ରୁ ୮୦ ବର୍ଷ ବୟସ୍କ କଳାକାର ମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାର ମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ବୃଦ୍ଧି













Leave a Reply