ଛତ୍ରପୁର: ଛତ୍ରପୁର ନିକଟସ୍ଥ ଟି. ନୁଆଁଗାଁ ପଡିଆରେ ଶ୍ରୀ ଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ଭାରତୀୟ ଜନତା ପାର୍ଟି ର ଯୁବନେତା ବନମାଳି ସେଠି ଏବଂ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ମୁନା ଦାସ ଅତିଥି ଭାବେ ଯୋଗଦେଇ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଏହାସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ କ୍ଷ ୮ ଟି ଦଳ ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ବାହାରୁ ମଧ୍ୟ୍ୟ କିଛି ଦଳ ସାମିଲ ହୋଇଥିଲେ । ରବିବାର ଫାଇନାଲ ମ୍ୟାଚ ରଙ୍ଗେଈଲୁଣ୍ଡା ଓ ସୋମପେଣ୍ଠା ଦଳ ମଧ୍ୟରେ ହେବ । ବିଜୟୀ ଦଳ କୁ ୩୦ ହଜାର ଓ ଉପବିଜେତା ଦଳ କୁ ୨୦ ହଜାର ଟଙ୍କା ମିଳିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା । ଏହି ଟୁର୍ନାମେଣ୍ଟ କୁ ଶ୍ରୀରାମ ଦାସ ଓ ଅରୁଣ ଦାସ ପରିଚାଳନା କରିଥିଲେ ।
