ପୁରୀ: ପୁରୀ ତାଳବଣିଆ ସ୍ଥିତ ଖୋ ଖୋ ହଲ ପରିସରରେ ଖୋ ଖୋ କ୍ରୀଡ଼ାବିତ୍ ମାନଙ୍କୁ ନେଇ ଗତ ମେ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମ କାଳୀନ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲ୍ ଇଣ୍ଡିଆ ଖୋ ଖୋ ସଂଘର ଉପ ସଭାପତି ତଥା ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବକ୍ସିଂ ପ୍ରଶିକ୍ଷଣ ସୁଦର୍ଶନ ସାହୁ,ଓଡ଼ିଶା ଖୋ ଖୋ ସଂଘର କୋଷାଧକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ଏଚପିସି ର ମୁଖ୍ୟ କୋଚ୍ ସଞ୍ଜୀବ ଶର୍ମା ଏବଂ ପୋଗ୍ରାମ ପରିଚାଳକ ବାପି ରାୟ ଯୋଗଦାନ କରି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଗ୍ରୀଷ୍ମ କାଳୀନ ଶିବିରରେ ପ୍ରାୟ ୯୦ ଜଣ କ୍ରୀଡ଼ାବିତ୍ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କୁ ଖେଳର ପ୍ରକୃତ ମାନ ଏବଂ କ୍ରୀଡ଼ାବିତ୍ ମାନଙ୍କୁ କଣ ଖାଦ୍ୟ ଖାଇବା ଆବଶ୍ୟକ,କିପରି ସୁନ୍ଦର ସ୍ୱାସ୍ଥ୍ୟ ଗଠନ କ୍ରୀଡ଼ାବିତ୍ ଙ୍କ ପାଇଁ ଉପଯୁକ୍ତ ହେବ ତାହା ପ୍ରଶିକ୍ଷଣ ଦିଆଯାଇଥିଲା ।ଶେଷରେ ଅତିଥି ମାନଙ୍କ ଦ୍ୱାରା ସମସ୍ତ ଶିକ୍ଷାବିତ୍ ମାନଙ୍କୁ ମାନପତ୍ର ,ଟ୍ରଫି,ଟି ସାର୍ଟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ ଏଚପିସି ସେଣ୍ଟରର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।
