ପୁରୀ: ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ଏହି ବାର୍ତ୍ତା ନେଇ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପୁରୀ ୟୁଥ୍ ହଷ୍ଟେଲ ଠାରେ ଦି ବେଲ୍ ୟୁଥ୍ କ୍ଲବ ଓ ଗଭରମେଣ୍ଟ ୟୁଥ୍ ହଷ୍ଟେଲ ଅଫ ଇଣ୍ଡିଆ ମିଳିତ ସହଯୋଗ ରେ “ଯୋଗା ଫର୍ ହ୍ୟାପି ଲାଇଫ ” ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟ୍ରାଫିକ ଡି ଏସ ପି ତଥା ହୋମ୍ ଗାର୍ଡ କମାଣ୍ଡର ବିଜୟ ରତ୍ନମ ଲୁଲା ନିରାମୟ ଜୀବନ ପାଇଁ ସମସ୍ତେ କମ୍ ସେ କେମ୍ କିଛି ସମୟ ଯୋଗ କଲେ ଉତ୍ତମ ନିରୋଗୀ ଜୀବନ ପାଇ ବଞ୍ଚି ପାରିବେ ସେଥି ପାଇଁ ବିଶେଷ ଭାବରେ ଯୁବ ଗୋଷ୍ଠୀ ଯୋଗକୁ ନିଜ ଜୀବନ ଚର୍ଯ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି କହି ଥିଲେ।ବିଭିନ୍ନ ସ୍କୁଲ କଲେଜ ରୁ ୬୦ ଜଣ ଛାତ୍ରଛାତ୍ରୀ ଏହି ଯୋଗ ଶିବିରରେ ଯୋଗ ଦେଇଥିଲେ।ଏହି ଅବସରରେ ପ୍ଲେ ବିଟ୍ ଡ୍ୟାନ୍ସ ଗ୍ରୁପର ପ୍ରତିଷ୍ଠିତା ମୃତ୍ୟୁଞ୍ଜୟ ବାରିକ ଙ୍କୁ ସମ୍ମାନିତ କରାଯାଇ ଥିଲା।ୟୁଥ୍ ହଷ୍ଟେଲ ମ୍ୟାନେଜର ଭାସ୍କର ମହାରଣା ଓ ବେଲ୍ ସାଧାରଣ ସମ୍ପାଦକ ରାଜକିଶୋର ପାତ୍ର ଶିବିର
ପରିଚାଳନା କରିଥିଲେ
