ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ସହ ଜଡିତ ପାଣ୍ଠିର ଆତ୍ମସାତ୍ ଅଭିଯୋଗର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ମନ୍ଦିର ଟ୍ରଷ୍ଟର ପଦାଧିକାରୀ ଏବଂ ଏହାର କାର୍ଯ୍ୟ ସହିତ ଜଡିତ କର୍ମକର୍ତ୍ତାମାନଙ୍କୁ ତଦନ୍ତ ସମୟରେ ସହର ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛି। ମନ୍ଦିର ସୂତ୍ର ଅନୁସାରେ, ତିନି ସଦସ୍ୟ ବିଶିଷ୍ଟ ଝଓଞ ଦିନ ପୂର୍ବେ ଲକ୍ଷ୍ନୌ ଯିବା ପୂର୍ବରୁ ଏହି ନିର୍ଦ୍ଦେଶ ଜାରି କରିଛି। ସୂତ୍ର ଅନୁଯାୟୀ ତଦନ୍ତ ଦଳ ପ୍ରତିଦିନ ତଦନ୍ତ ରିପୋର୍ଟର ବିସ୍ତୃତ ଡିଜିଟାଲ ରେକର୍ଡ ରଖୁଛି, ଯେଉଁଥିରେ ଟ୍ରଷ୍ଟ ଅଧିକାରୀ ଏବଂ ମାମଲା ସହିତ ଜଡିତ ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚରା ଅନ୍ତର୍ଭୁକ୍ତ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦାଖଲ କରିବା ପୂର୍ବରୁ ଏହି ତଥ୍ୟ ସଂଗ୍ରହ କରାଯିବ ବୋଲି ଆଶା କରାଯାଉଛି। ଅଧିକାରୀମାନେ ସୂଚିତ କରିଛନ୍ତି ଯେ ଏସଆଇଟି ଚାଲୁଥିବା ତଦନ୍ତର ଅଂଶ ଭାବରେ ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏହାର ତଥ୍ୟ ପଠାଉଛି। ପ୍ରାରମ୍ଭରେ ଦାନର ଅପବ୍ୟବହାର ଉପରେ କେନ୍ଦ୍ରିତ ତଦନ୍ତ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟାୟରେ ଟ୍ରଷ୍ଟ ଦ୍ୱାରା କରାଯାଇଥିବା ଜମି କ୍ରୟର ଯାଞ୍ଚ ଏବଂ ମନ୍ଦିର ପାଇଁ ନିର୍ମାଣ ସାମଗ୍ରୀ କ୍ରୟ ଆଦିକୁ ତଦନ୍ତ ପରିସରଭୁୁକ୍ତ କରାଯାଇଛି। ପ୍ରଚଳିତ ବଜାର ମୂଲ୍ୟଠାରୁ ଅଧିକ ଦରରେ ଜମି କିଣାଯାଇଥିବା ଅଭିଯୋଗ ଉଠିଛି। ଏହି ପ୍ରସଙ୍ଗ ପୂର୍ବରୁ ସମାଜବାଦୀ ପାର୍ଟି ଏବଂ ଆମ ଆଦମୀ ପାର୍ଟି ସମେତ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିଲା। ରାମ ମନ୍ଦିର ପ୍ରକଳ୍ପ ପାଇଁ ମିଳିଥିବା ଦାନରେ ଆର୍ôଥକ ଅନିୟମିତତା ଅଭିଯୋଗ ସହିତ ଜଡିତ ଏକ ଅନୁରୋଧ ପରେ ଉତ୍ତର ପ୍ରଦେଶ ସରକାର ଜୁନ୍ ୧୩ ତାରିଖରେ ଏସଆଇଟି ଗଠନ କରିଥିଲେ। ତିନି ସଦସ୍ୟ ବିଶିଷ୍ଟ ଏସଆଇଟିରେ ଲକ୍ଷ୍ନୌ ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତ, ପୋଲିସ ମହାନିରୀକ୍ଷକ କିରଣ ଏସ୍ ଏବଂ ସ୍ୱତନ୍ତ୍ର ସଚିବ (ଅର୍ଥ) ନୀଳ ରତନ ସାମିଲ ଅଛନ୍ତି।
