କନ୍ଧମାଳ: ଫିରିଙ୍ଗିଆ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ର ଜଣା ଶୁଣା କବି ମୋହନ ଦିଗାଲ ଙ୍କୁ କବି ରତ୍ନ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ସମଲପୁର ଜିଲ୍ଳା ତପସ୍ୱିନୀ ଏଡେଟରିଆମ୍ ଠାରେ ହ୍ୟାପି ମୋମେଣ୍ଟ ଇଣ୍ଡିଆ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାତା ରାଜେନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା କରି ଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଠ ଶିଳ୍ପୀ ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଯୋଗ ଦେଇଥିଲେ। ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଓ ଟିଙ୍କୁ ଟିଙ୍ଗଲୁ ଙ୍କ ସମେତ ଶତାଧିକ କବି, କବୟତ୍ରୀ ଓ କଳାକାର ମାନେ ଯୋଗ ଦେଇଥିଲେ। ମୋହନ ଦିଗାଲ ଜଣେ କନ୍ଧମାଳଜିଲ୍ଲାର ଜଣା ଶୁଣା କବି। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ରୁ ବିଭିନ୍ନ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଦୁଇଟି ପୁସ୍ତକ ପ୍ରକାଶିତ ହୋଇସାରି ଥିବାବେଳେ ଜିଲ୍ଲାର ବହୁ ମାଗାଜିନ୍ ରେ କବିତା, ଗଳ୍ପ ସ୍ଥାନ ପାଇ ସାରିଛି
