ଗଞ୍ଜାମ: ସ୍ଥାନୀୟ ସମ୍ରାଟ ମହାବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ଚେତ୍ସ ଆସୋସିଏଶନ ଏବଂ ସତ୍ମାଟ ମହାବିଦ୍ୟଳୟ ମିଳିତ ଆନୁକୂଲ୍ୟରେ ୧୭ବଷରେୁ କମ୍ ଏବଂ ଓପନ କ୍ୟାଟେଗୋରୀରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ୧୭ବର୍ଷରୁ କମ୍ ୬୭ ଏବଂ ଓପନ ରେ ୧୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ ପୁରସ୍ଖାର ପ୍ରାପ୍ତ ଓ ପ୍ରସନ୍ନ କୁମାର ଦଳାଇ ଉôଦଘାଟନ କରିଥିଲେ ଏବଂ ପ୍ରଫେସର ଡ଼ ସତ୍ୟନାରାୟଣ ମିଶ୍ର ପ୍ରଦୀପ ପ୍ରଜଳ୍ୱନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ରବିନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଉôଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରକଳ୍ପ ନିର୍ଦ୍ଦେଶକ ଇଂ ବିଶ୍ୱମ୍ବର ପାଣିଗ୍ରାହୀ ଯୋଗ ଦେଇଥିଲେ। ୧୭ବର୍ଷରୁ କମ୍ ବର୍ଗରେ ଶ୍ରୀହନ ସାକ ପ୍ରଥମ ରାହୁଲ ସାହୁ ଦ୍ୱିତୀୟ, ସ୍ନେହାଯୁକ୍ତା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଓପନ ବର୍ଗରେ କୃଷ୍ଣକୁମାର ଶର୍ମା ପ୍ରଥମ, ସଂଜୀବ କୁମାର ଚର୍ଚ୍ଚ ଦ୍ୱିତୀୟ, ପୂର୍ଣ୍ଣଚନ୍ଦ୍ର ପାତ୍ର ତୃତୀୟ ସ୍ଥାନ ଅଧିକାର କରି ନଗଦଟଙ୍କା ଓ ଟ୍ରଫି ପାଇଥିଲେ। ସମ୍ରାଟ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ଼ ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ମହାବିଦ୍ୟାଳୟର କର୍ମକର୍ତ୍ତା, ଶିକ୍ଷକ – ଶିକ୍ଷୟତୀ ଏବଂ ଗଂଜାମ ଚେସ ଆସୋସିଏସନର କର୍ମକର୍ତ୍ତା, ଶିକ୍ଷକ- ଶିକ୍ଷୟତୀ ଏବଂ ଗଞ୍ଜାମ ଚେସ ଆସୋସିଏସନର କର୍ମକର୍ତ୍ତା ମାେ ସହଯୋଗ କରିଥିଲେ।
