ପୁରୀ: ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ। ଚନ୍ଦନପୁର ଥାନା ଅନ୍ତର୍ଗତ ଜାନକାଦେଇପୁର୍ ରେଲୱେ ବ୍ରିଜ୍ ନିକଟରେ ଥିବା ନଦୀରେ ବୁଡ଼ିଗଲେ ଦୁଇ ଭାଇ । ଉଭୟ ମୃତ ନାବାଳକ କେତକୀ ପାଟଣା ଅଞ୍ଚଳର ଏବଂ ବୟସ ୧୨ ରୁ ୧୫ ମଧ୍ୟରେ ହେବ । ଚନ୍ଦନପୁରରେ ପରିବା ବ୍ୟବସାୟ କରୁଥିବା ଦୁଇ ଭାଇ ବାବୁ ରାୟ ଓ କାବୁ ରାୟଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି ।ସେମାନଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କୁ ନେବା ପରେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।
