ପୁରୀ: ଚୁଡଙ୍ଗସାହି ବଡୁ ମହାପାତ୍ର ଜାଗା ନିକଟ ଗୁମ୍ଭା ମହାବୀର ମନ୍ଦିର ଠାରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଚୁଡଙ୍ଗ ସାହି ଖୁଣ୍ଟିଆ ବଗିଚା ନିକଟର ଗୁଲୁ ଓରଫ ଜିତୁ ଭୋଇ ୧୯, ପୁରୀ ସଦର ବାସୁଦେବ ପୁରର ରତିରଞ୍ଜନ ପ୍ରଧାନ ୨୦, ନରେନ୍ଦ୍ରକୋଣ ମଙ୍ଗଳାସାହିର ରାହୁଲ ବେହେରା ୧୯, ଜଗନ୍ନାଥ ବଲ୍ଲଭ ର ମନୋଜ ଭୋଇ ୨୦ ଓ ରିଙ୍କୁ ଭୋଇ ୨୦ । ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି କଟୁରୀ, ଗୋଟିଏ ଖଣ୍ଡା, ଗୋଟିଏ ବାଇକ, ମୋବାଇଲ, ଖାଲି ବିୟର ବୋତଲ ଆଦି ଜବତ କରାଯାଇଛି । ପୁଲିସ ସୂତ୍ରରୁ ଗତ ବୁଧବାର ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ମାନେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା ।ପରେ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଅସ୍ତ୍ର ଶସ୍ତ୍ର ଆଇନ ସହ ୩୯୪/୨୦୨୬ ନମ୍ବର ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।
