ବାଲିଗୁଡ଼ା: ବିଶଧର ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପୋଖରୀବନ୍ଧ ଗାଁ ରେ । ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ସର୍ପାଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ସୁଡ୍ରା ପଞ୍ଚାୟତ ପୋଖରୀବନ୍ଧ ଗ୍ରାମର ବସନ୍ତ ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ରାତ୍ରି ଭୋଜନ ପରେ ପରିବାରର ସମସ୍ତ ସଦସ୍ୟ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ବିଶଧର ଶାପ ଘରେ ପଶି ବସନ୍ତଙ୍କୁ କାମୁଡ଼ି ଥିଲା । ପରିବାର, ଲୋକେ ଆଜି ସକାଳେ ବାଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବସନ୍ତଙ୍କୁ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।
