ପୁରୀ: ପୁରୀ ପୋଲିସ ପକ୍ଷରୁ ଚୋରି ହୋଇଥିବା୧୬ ଗ୍ରାମର ସୁନାଚେନ ,ହଳେ କାନଫୁଲ ନଗଦ ୩ ହଜାର ୩୫୦ ଟଙ୍କା ପ୍ରକୃତ ମାଲିକାଣୀ ବାସୁମତୀ ବେହେରା ବୟସ ୪୦,ସ୍ୱାମୀ ନଳିନୀକାନ୍ତ ବେହେରା ସା/ପୋ ନୂଆପଡା ପାଣପଣା ଜିଲ୍ଲା ବାଲେଶ୍ୱରକୁ ସଠିକ ପ୍ରମାଣ ପାଇ ପ୍ରଦାନ କରିଛି । ସାମଗ୍ରୀ ଗ୍ରହଣ କରିବା ପରେ ବାସୁମତୀ ବେହେରା ପୁରୀ ପୋଲିସକୁ କୃତଜ୍ଞତା ଜଣାଇବା ସହ ଦାୟୀତ୍ୱବୋଧକୁ ପ୍ରଶଂସା କରିଥିଲେ ।

ଏହି ଚୋରି ଘଟଣା ସିଂହଦ୍ୱାର ଥାନା ଅଞ୍ଚଳରେ ଘଟିଥିଲା ।ପୁରୀ ପୋଲିସ ସର୍ବଦା ଜନସାଧାରଣଙ୍କ ସେବା, ସୁରକ୍ଷା ଓ ସମ୍ପତ୍ତିର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧ ରହିଛି। ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସାମଗ୍ରୀର ଉଦ୍ଧାର ଏବଂ ପ୍ରକୃତ ମାଲିକଙ୍କୁ ଫେରସ୍ତ ପ୍ରଦାନ କରିବା ଦିଗରେ ଏଭଳି ପଦକ୍ଷେପ ଭବିଷ୍ୟତରେ ମଧ୍ୟ ଜାରି ରହିବ।
