ବାଲିଗୁଡା : ତଳେ ଛିଣ୍ଡି ପଡ଼ିଥିବା ତେତିଶି କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଦୁଇ ମଇଁଷି ର ମୃତ୍ୟୁ ହୋଇଛି। ବାଲିଗୁଡା ଥାନା କତେରୀଭଟା ଗାଁ ନିକଟସ୍ଥ ଡାବୁଡାକା ଘାଟି ରେ ମଇଁଷି ଚରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା।କତେରୀଭଟା ଗାଁ ର ବିଜେନ୍ଦର ମଳିକ ଙ୍କ ଦୁଇ ଗୋଟି ମଇଁଷି ଘଟଣା ସ୍ଥଳରେ ହିଁ ପ୍ରାଣ ହରେଇଛନ୍ତି । ତେବେ ଅଘଟଣ ଘଟିବା ପରେ ବିଦ୍ୟୁତ ବିଭାଗ ର କର୍ମଚାରୀ ପହଂଚି ତେତିଶି କେଭି ବିଦ୍ୟୁତ ତାର ହଟେଇଥିବା ଜଣା ପଡିଛି । ତେବେ ବିଦ୍ୟୁତ ଆଘାତ ରେ ମୃତ ଦୁଇ ମଇଁଷି ର କ୍ଷତି ପୂରଣ ଯୋଗାଇଦେବା କୁ ଦାବି କରିଛନ୍ତି ବିଜେନ୍ଦର ।
