ପୁରୀ: ନଭେମ୍ବର ମାସିକ ଅପରାଧ ସମୀକ୍ଷା ବୈଠକ ଟାଉନଥାନାର ପ୍ରଥମ ମହଲାସ୍ଥିତ କନଫରେନ୍ସ ହଲ୍?ରେ ଏସ୍?ପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍?ପି, ସମସ୍ତ ଏସଡିପି ଓ , ଥାନା ଅଧିକାରୀ, ଡେପୁଟି ଡାଇରେକ୍ଟର ବୃନ୍ଦାବନ ନାୟକ, ଆସିଷ୍ଟାଣ୍ଟ ଡାଇରେକ୍ଟର ଦିଲୀପ କୁମାର ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।ବୈଠକରେ ଜିଲ୍ଲାର ଅପରାଧ ପରିସ୍ଥିତି, ଥାନାୱାରୀ କାର୍ଯ୍ୟଦକ୍ଷତା ଓ ତଦନ୍ତାଧୀନ ମାମଲାଗୁଡ଼ିକର ସମୀକ୍ଷା ସହ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାସରେ ପଞ୍ଜୀକୃତ ଗୁରୁତ୍ୱପୂର୍ଣ୍ଣ ମାମଲା ଓ ତଦନ୍ତର ଅଗ୍ରଗତିର ସମୀକ୍ଷା।ଦଫାଯୋଗ୍ୟ ଅପରାଧର ତୁରନ୍ତ ପଞ୍ଜୀକରଣ ଓ ଗୁରୁତ୍ୱପୂର୍ଣ୍ଣ ଜି ଡି ଏଣ୍ଟ୍ରିଗୁଡ଼ିକର ଅନୁପାଳନ।ବିଚାରାଧୀନ ଅଭିଯୋଗ ଓ ପିଟିସନ୍?ଗୁଡ଼ିକର ତ୍ୱରିତ ଫଇସଲା।ସି ସି ଟି ଏନ ଏସ ପାରାମିଟର ଓ ଥାନାଗୁଡ଼ିକର ସାମଗ୍ରିକ କାର୍ଯ୍ୟଦକ୍ଷତାର ଉନ୍ନତି।ମହିଳାଙ୍କ ବିରୋଧରେ ଅପରାଧ ସମ୍ପର୍କିତ ମାମଲାର ତ୍ୱରିତ ଓ ଗୁଣାତ୍ମକ ତଦନ୍ତ ଏବଂ ସମୟସୀମା ମଧ୍ୟରେ ଚାର୍ଜଶିଟ୍ ଦାଖଲ।

ପାସପୋର୍ଟ ଓ ଅନ୍ୟାନ୍ୟ ଚରିତ୍ର ଯାଞ୍ଚ ସମ୍ପର୍କିତ ବିଚାରାଧୀନ ମାମଲାର ତ୍ୱରିତ ଫଇସଲା।ଗୁଣାତ୍ମକ ଓ ଆଇନସମ୍ମତ ତଦନ୍ତ ତଥା ନ୍ୟାୟାଳୟରେ ମାମଲାର ଫଳପ୍ରଦ ଉପସ୍ଥାପନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଡେପୁଟି ଡାଇରେକ୍ଟର ବୃନ୍ଦାବନ ନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଦିଲୀପ କୁମାର ସିଂ ତଦନ୍ତର ବିଭିନ୍ନ ଦିଗ, ଆଇନଗତ ତ୍ରୁଟିର ନିରାକରଣ, ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଓ ଅଭିଯୋଗ ପକ୍ଷକୁ ସୁଦୃଢ଼ କରିବା ସମ୍ପର୍କରେ ସମସ୍ତ ଆଇ ଆଇ ସି ଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ।ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଆଗେଇ ନେବା ସହ ନିଶାଦ୍ରବ୍ୟର ଅବୈଧ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ନିୟମିତ ଚଢ଼ାଉ ଓ ଗୁଇନ୍ଦା ସୂଚନା ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ସ୍କୁଲ ଓ କଲେଜରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରି ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାକୁ ସମସ୍ତ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ଆଗାମୀ ପର୍ବପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆଇନ ଶୃଙ୍ଖଳା, ଟ୍ରାଫିକ୍ ପରିଚାଳନା ଓ ଅପରାଧ ନିୟନ୍ତ୍ରଣ ନିମନ୍ତେ ଆଗୁଆ ପ୍ରସ୍ତୁତି ଓ ଉପଯୁକ୍ତ ସମନ୍ୱୟ ରଖିବାକୁ କୁହାଯାଇଥିଲା।ଏସପି ପ୍ରତୀକ ସିଂ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱବୋଧ, ନିଷ୍ଠା ଓ ଟିମ୍?ୱର୍କ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ଅପରାଧ ନିୟନ୍ତ୍ରଣ, ଗୁଣାତ୍ମକ ତଦନ୍ତ, ନିଶାମୁକ୍ତ ସମାଜ ଗଠନ ଓ ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
