ନୂଆଦିଲ୍ଲୀ: ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଶୁକ୍ରବାର ଦିନ ଦିଲ୍ଲୀ-ଏନସିଆରରେ “ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍’ (ଗ୍ରାପ୍) ଅଧୀନରେ ତୃତୀୟ ପର୍ଯ୍ୟାୟ ପଦକ୍ଷେପ ଲାଗୁ କରିଛନ୍ତି। ଆୟୋଗଙ୍କ ଅନୁଯାୟୀ, ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଇ) ୩୮୨ ଥିଲା, ଯାହା “ଅତ୍ୟନ୍ତ ଖରାପ’ ବର୍ଗ ଅନ୍ତର୍ଭୁକ୍ତ। ଆଇଆଇଟିଏମ୍ -ପୁଣେ ନିଜର ଦୈନିକ ବୁଲେଟିନ୍ରେ କହିଛି ଯେ, ନଭେମ୍ବର ୬ ତାରିଖରେ ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ’ ବର୍ଗରେ ରହିବାର ସମ୍ଭାବନା ଅଛି। ନଭେମ୍ବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା “ଗମ୍ଭୀର’ ବର୍ଗରେ ରହିପାରେ। ଆଗାମୀ ୬ ଦିନ ପାଇଁ ପୂର୍ବାନୁମାନ ହେଉଛି ଯେ, ବାୟୁ ଗୁଣବତ୍ତା “ଗମ୍ଭୀର’ରୁ “ଅତ୍ୟନ୍ତ ଖରାପ’ ବର୍ଗ ମଧ୍ୟରେ ରହିପାରେ। ଗ୍ରାପ୍ ହେଉଛି କିଛି ଜରୁରୀକାଳୀନ ପଦକ୍ଷେପର ଏକ ସମୂହ, ଯାହା ବାୟୁ ଗୁଣବତ୍ତା ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରି ଅଧିକ ଖରାପ ହେବାକୁ ରୋକିବା ପାଇଁ କାର୍ଯ୍ୟକାରୀ କରାଯାଏ। ଏଜଇଚ-୩ ଅଧୀନରେ, ସମଗ୍ର ଘଉଜ ଅଞ୍ଚଳରେ ଧୂଳି ସୃଷ୍ଟି କରୁଥିବା କିମ୍ବା ବାୟୁ ପ୍ରଦୂଷଣ ଘଟାଉଥିବା ନିର୍ମାଣ ଓ ଭଙ୍ଗାକାର୍ଯ୍ୟ ଉପରେ କଠୋର କଟକଣା ରହିଛି। ଏହା ବ୍ୟତୀତ, ଏନସିଆର ଅନ୍ତର୍ଭୁକ୍ତ ରାଜ୍ୟ ସରକାର ଏବଂ ଦିଲ୍ଲୀ ସରକାରଙ୍କୁ ସରକାରୀ, ପୌର ଏବଂ ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାମ କରିବା ଏବଂ ଅନ୍ୟମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦେବା ନେଇ ନିଷ୍ପତ୍ତି ନେବାକୁ ପଡ଼ିବ। ଯେତେବେଳେ ଇଛଓ ୨୦୧ ରୁ ୩୦୦ ମଧ୍ୟରେ ଥାଏ, ସେତେବେଳେ ପ୍ରଥମ ପର୍ଯ୍ୟାୟ (ଗ୍ରାପ୍-୧) ଲାଗୁ ହୁଏ; ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୧ ରୁ ୪୦୦ ମଧ୍ୟରେ ଥିଲେ ଦ୍ୱିତୀୟ ପର୍ଯ୍ୟାୟ (ଗ୍ରାପ୍-୨) ଲାଗୁ କରାଯାଏ; ୪୦୧ ରୁ ୫୦୦ ମଧ୍ୟରେ ଗ୍ରାପ୍-୩ ଲାଗୁ ହୁଏ; ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ରୁ ଅଧିକ ହେଲେ ଗ୍ରାପ୍-୪ ଲାଗୁ କରାଯାଏ।
