ପୁରୀ: ବିଶିଷ୍ଟ ଚିକିତ୍ସକ ପଦ୍ମଶ୍ରୀ ପ୍ରଫେସର ଡା ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ଓଡିଶା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ସ୍ୱର୍ଗତ ମହାପାତ୍ର କେବଳ ଭାରତ ନୁହନ୍ତି ସମଗ୍ର ବିଶ୍ୱର ଜଣେ ବିରଳ ଚିକିତ୍ସକ।ତାଙ୍କ ମୃତ୍ୟୁ ସମଗ୍ର ଦେବ ଓ ବିଶ୍ୱ ପାଇଁ ବଡ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ପ୍ରଦାନ ଅବସରରେ ବ୍ୟକ୍ତି ମାନେ କହିଥିଲେ।ଶୋକ ସଭାରେ ସର୍ବୋଦୟ ସମିତିର ସଭାପତି ଉମାବଲ୍ଲଭ ମହାପାତ୍ର, ଆୟୁର୍ବେଦ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ତଥା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡା ବଲ୍ଲଭ କୁମାର ଜୟସିଂ,ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡା ନାରାୟଣ ମହାନ୍ତି, ଡା ଜଗନ୍ନାଥ ମହାପାତ୍ର, ଡା ପ୍ରଦ୍ୟୁମ୍ନ ବଡପଣ୍ଡା, ବସୁଦେବ ସାହୁ,ସୁବାଷ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମା ର ସଦଗତି ନିମିତ୍ତ ଏକ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ଡା କୈଳାସ ଭୂଷଣ ମହାପାତ୍ର ଶୋକସଭା ର ଆୟୋଜନ କରିବା ସହ ସ୍ୱର୍ଗତ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବଦାନ କୁ ସ୍ମରଣ କରିଥିଲେ।
